Odisha news

ବୈଶାଖ ମାସ ରବିବାର ରେ ସୂର୍ଯ୍ୟ ପୂଜନର ମହତ୍ୱ , ଆୟୁ ବୃଦ୍ଧି ସହ  ଯଶ ବୃଦ୍ଧି ହୋଇଥାଏ

0

ହିନ୍ଦୁ ଧର୍ମରେ ସୂର୍ଯ୍ୟ ପୂଜନର ଅନେକ ମହତ୍ୱ ରହିଛି, କିନ୍ତୁ ବିଶେଷ ଭାବରେ ବୈଶାଖ ମାସରେ ସୂର୍ଯ୍ୟ ପୂଜାର ମଧ୍ୟ ରହିଛି ଅନେକ ମହତ୍ୱ l ସୂର୍ଯ୍ୟ ଦେବଙ୍କ ନିକଟରେ ବ୍ରତ ଗୋଟିଏ ବର୍ଷ କିମ୍ବା ୩୦ ଟି ରବିବାର କରାଯାଇ ଥାଏ l ଏହିଦିନ ନାଲି ବସ୍ତ୍ର ପିନ୍ଧି ନାଲି ଆସନ ରେ ବସି ପୂଜା କରିବାର ମହତ୍ୱ ରହିଛି l ସର୍ବଦା ସୂର୍ଯ୍ୟ ଦେବଙ୍କ ପୂଜନ ନାଲି ଚନ୍ଦନ, ନାଲି ପୁଷ୍ପ, ଦୁବ ରେ ଅର୍ଘ୍ୟ ଦେଇ କରିବା ଜରୁରୀ l ନୈବେଦ୍ୟ ରେ ସୂର୍ଯ୍ୟ ଦେବଙ୍କ ନିକଟରେ ଗୁଡ଼ ରେ ପ୍ରସ୍ତୁତ ଜିନିଷ ଅର୍ପଣ କରିବା ଜରୁରୀ l

– ଧର୍ମ ଶାସ୍ତ୍ର ଅନୁସାରେ ବୈଶାଖ ମାସରେ ସୂର୍ଯ୍ୟ ମେଷ ରାଶି ଅର୍ଥାତ ନିଜ ଉଚ୍ଚ ରାଶିରେ ରହି ଥାଆନ୍ତି l ସୂର୍ଯ୍ୟ ଦେବଙ୍କୁ ଏହିମାସ ରେ ପୂଜା କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ l ଏବଂ ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ l

– ଏହିମାସ ରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଜଣାତ ରେ ହେଉ କିମ୍ବା ଅଜଣାତ  ରେ ହେଉ କରିଥିବା ପାପ ରୁ ମୁକ୍ତି ମିଳିଥାଏ l ବିଶେଷ ଭାବରେ ବୈଶାଖ ମାସ ରବିବାର ରେ ସୂର୍ଯ୍ୟ ପୂଜନ କରିବାର ରହିଛି ଅଲଗା ମହତ୍ୱ l

– ସୂର୍ଯ୍ୟ ପୁରାଣ ଅନୁସାରେ ବୈଶାଖ ମାସ ରବିବାର ଦିନ ତମ୍ବା ଲୋଟା ରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଜରୁରୀ l ଏବଂ ଏଥିରେ ନାଲି ପୁଷ୍ପ, ଅକ୍ଷତ, ନାଲି ଚନ୍ଦନ, ସିନ୍ଦୁର ଓ ନାଲି ପୁଷ୍ପ ଦେଇ ଅର୍ଘ୍ୟ ଦେଇ ‘ଓଂ ସୂର୍ଯ୍ୟାୟ ନମଃ ମନ୍ତ୍ର ୭ଥର ଜପ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ବୈଶାଖ ମାସରେ ସୂର୍ଯ୍ୟଙ୍କ ସମ୍ବନ୍ଧିତ ଜିନିଷ ନାଲି କପଡା, ଗହମ, ଗୁଡ଼, ନାଲି ଚନ୍ଦନ ଦାନ କରିବା ଆବଶ୍ୟକ l ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ, ଏବଂ ଜୀବନ ସୁଖମୟ ହୋଇଥାଏ l

Ad2
Leave A Reply