ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୨୫ ତାରିଖ ଦିନ ସୂର୍ଯ୍ୟ ଗ୍ରହଣ ଲାଗୁଛି l ଏହି ସୂର୍ଯ୍ୟ ଗ୍ରହଣ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଅଟେ l କାହିଁକି ନା ତୁଳା ରାଶିରେ ସୂର୍ଯ୍ୟ ର ତଳେ ରହି ଥାଆନ୍ତି ତେଣୁ ଅଶୁଭଫଳ ପ୍ରଦାନ କରି ଥାଆନ୍ତି l ଚଳିତ ଥର ସୂର୍ଯ୍ୟ ଗ୍ରହଣ ସହିତ ଚନ୍ଦ୍ରମା, ଶୁକ୍ର ଓ କେତୁ ମଧ୍ୟ ତୁଳା ରାଶିରେ ରହିବେ l ଯାହାଦ୍ୱାରା ତୁଳା ରାଶିରେ ଚତୁରଗ୍ରହୀ ଯୋଗ ହେବାକୁ ଯାଉଛି l ଏହି ସମୟରେ ଏହି ଗ୍ରହ ମାନଙ୍କ ଉପରେ ରାହୁ ଙ୍କର ସିଧା ନଜର ରହିବ ଓ ଶନି ମଧ୍ୟ ସେମାନଙ୍କୁ ନଜର ରଖିବେ l କିନ୍ତୁ ଏହି ସମୟରେ ୩ଟି ରାଶି ଉପରେ ଖୁବ ଖରାପ ପ୍ରଭାବ ପଡିବ l
ସୂର୍ଯ୍ୟ ଗ୍ରହଣ ସମୟରେ ସତର୍କ ରୁହନ୍ତୁ ଏହି ରାଶିର ଲୋକ -:
* ମିଥୁନ ରାଶି –
ସୂର୍ଯ୍ୟ ଗ୍ରହଣ କାରଣରୁ ଚତୁରଗ୍ରହୀ ଯୋଗ ମିଥୁନ ରାଶିରେ ଲୋକଙ୍କ ପାଇଁ ଠିକ ନୁହେଁ l ସେମାନଙ୍କ ଖର୍ଚ୍ଚ ବଢିବ, ପାରିବାରିକ ଜୀବନ ରେ ଅସନ୍ତୋଷ ଦେଖାଯିବା, ଜୀବନ ସାଥୀଙ୍କ ପାଇଁ ସମସ୍ୟା ହୋଇପାରେ, ପତି – ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯିବ l ବ୍ୟବସାୟ, ଚାକିରୀ ରେ କ୍ଷତି ହୋଇପାରେ l
* ତୁଳା ରାଶି –
ତୁଳା ରାଶିରେ ସୂର୍ଯ୍ୟ ଗ୍ରହଣ ଲାଗୁଛି ଓ ଏହି ରାଶିରେ ଚତୁରଗ୍ରହୀ ଯୋଗ ସୃଷ୍ଟି ହେଉଛି l ସେଥିପାଇଁ ଏହି ଜାତକ ର ବ୍ୟକ୍ତି ଖୁବ ଭାବି ଚିନ୍ତା କରି ଆଗକୁ ବଢିବା ଜରୁରୀ l ଦୁର୍ଘଟଣା ହୋଇପାରେ, ଆଘାତ ଲାଗିପାରେ, ମାନସିକ ଚାପ ବୃଦ୍ଧି ହୋଇପରେ, ଆତ୍ମବିଶ୍ୱାସ ହ୍ରାସ ହୋଇପାରେ , କାର୍ଯ୍ୟକୁ ନେଇ ସତର୍କ ରୁହନ୍ତୁ l
* ମକର ରାଶି –
ଚଳିତ ଥର ସୂର୍ଯ୍ୟ ଗ୍ରହଣ ମକର ରାଶି ଲୋକଙ୍କ ପାଇଁ କିଛି ଭଲ ରହିବ ନାହିଁ l ସେମାନେ ନିଜ ସ୍ୱାସ୍ଥ୍ୟ କୁ ନେଇ ସତର୍କ ରହିବା ଜରୁରୀ l ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ମଧ୍ୟ ସତର୍କ ରହିବା ଜରୁରୀ l କୌଣସି ଗୁରୁତ୍ୱପୂର୍ଣ ନିର୍ଣ୍ଣୟ ନେବା ପାଇଁ ଏହି ସମୟ ସାଥିଙ୍କସମୟ ନୁହେଁ l
