ବୈଶିଙ୍ଗା –୨୬/୧୦– ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନ ରତ ଛୋଟ ଛୋଟ ପିଲାମାନଙ୍କର ପାରଦର୍ଶିତା ଜାଣିବା ପାଇଁ ରାଜ୍ୟ ସରକାର “ସୁରଭି”ଭଳି ଏକ କାର୍ଯ୍ୟକ୍ରମ ପ୍ରତି କ୍ଳଷ୍ଟର ସ୍ତରରେ କାର୍ଯ୍ୟକାରୀ କରି ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ଵାରା ପିଲାମାନଙ୍କର ମାନସିକ,ଶାରୀରିକ, ବୌଧିକ ଜ୍ଞାନର ବିକାଶ ହେବା ପିଲାଙ୍କ ମନରେ ପ୍ରତିଯୋଗୀତା ମୂଳକ ଶିକ୍ଷାର ବିକାଶ ହୋଇପାରିବ।
ବେତନଟୀ ଶିକ୍ଷା ଜିଲ୍ଲା ଅଧିନ ଖଡିକାପଦା କ୍କଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଟି ରାଇକମା ଆଶ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ଳଷ୍ଟର ଅଧିନ ୭ଟି ପ୍ରାଥମିକ ବିଦ୍ୟାଳୟ, ୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଉଚ୍ଚବିଦ୍ୟାଳୟର ମୋଟ ୬୦ଜଣ ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ପାରଦର୍ଶିତା ଦେଖାଇଥିଲେ । ମୂଖ୍ୟ ଅତିଥି ଭାବେ ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅତୁଲ କୁମାର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜକମା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ଦାଶ ଓ ଶରତ ଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣୀ ଉତ୍ସବ ଆରମ୍ଭ ହୋଇଥିଲା। ଅଁଳା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସପନା ସିଂ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କୃଷ୍ଟର ଅଧିନ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷିକା ଯୋଗ ଦେଇଥିଲେ। ସି.ଆର.ସି .ସି. ସତ୍ୟନାରାୟଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
