Odisha news

ସର୍ବୋଚ୍ଚ ନ୍ୟାୟାଳଙ୍କର ରାୟ : ଶଶୁର ଘରେ ମହିଳାଙ୍କୁ ଜୀଏବି ଯନ୍ତ୍ରଣା ଦେଉ ସେଥିପାଇଁ ସ୍ୱାମୀ ହେବେ ଦାୟୀ

0

ନୂଆଦିଲ୍ଲୀ : ଶଶୁର ଘରେ ମହିଳାଙ୍କ ସହିତ ମାରପିଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳଙ୍କର ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ସୂଚନା ଆସିଛି l ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ମହିଳାଙ୍କୁ ଶଶୁର ଘରେ ମରାମରି ହୁଏ  ଓ ସେ କ୍ଷତାକ୍ତ ହୁଅନ୍ତି ତେବେ ତାହା ସ୍ୱାମୀଙ୍କର ଦୋଷ ବୋଲି ଧରାଯିବ l ଏହି ମାରପିଟ ଜୀଏବି କରିଥାଉନା କାହିଁକି ଏହା ସ୍ୱାମୀଙ୍କର ଭୁଲ ବୋଲି ଗଣନା ହେବ l ଅଦାଲତ ଜଣେ ମହିଳାଙ୍କୁ ମାରିବା ମାମଲାରେ ଆରୋପିଙ୍କୁ ଅଗ୍ରିମ ଜାମିନ ଦେବାପାଇଁ ମନା କରିଦେଲେ l

ଆରୋପିଙ୍କ ଓକିଲ ବାରମ୍ବାର ଅଗ୍ରିମ ଜାମିନ ପାଇଁ ଜୋର ଦେବାରୁ ପ୍ରଧାନ ବିଚାରପତି କହିଥିଲେ ଯେ “ଶଶୁର ଘରେ ଯେକୌଣସି ବ୍ୟକ୍ତି ବୋହୁ ଉପରେ ଅତ୍ୟାଚାର କଲେ ସେଥିପାଇଁ ସ୍ୱାମୀକୁ ଦୋଷୀ ଭାବରେ ଗ୍ରହଣ କରାଯିବ l କାରଣ ଯଦି ଗୋଟିଏ ପରିବାରରେ ଏହି ଭଳି କିଛି ଘଟଣା ଘଟୁଛି ତେବେ ସ୍ତ୍ରୀକୁ ସୁରକ୍ଷା ଦେବା ସ୍ୱାମୀର ମୁଖ୍ୟ କର୍ତ୍ତବ୍ୟ ଅଟେ l ଆଜିକାଲି ଭାରତରେ ପ୍ରାୟ ଅଧିକାଂଶ ଘରେ ବୋହୁ ମାନଙ୍କ ଉପରେ ନିର୍ଯାତନା ହେଉଛି l ତାହାକୁ ଆଖିଆଗରେ ରଖି ବୋହୁ ମାନଙ୍କର ସୁରକ୍ଷା ପାଇଁ ଏପରି ପଦକ୍ଷପ ଗ୍ରହଣ କରାଯାଇଛି l”

ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତଣ୍ଟିଚିପି କ୍ରିକେଟ ବ୍ୟାଟରେ ମାରିଥିଲେ l ଯେଉଁ କାରଣ ବଶତଃ ମହିଳା ଜଣଙ୍କ ତାବକ ସ୍ୱାମୀଙ୍କୁ ବାରଣ କରିବାରୁ ମଧ୍ୟ ସେ ଶୁଣି ନଥିଲେ ଓ ନିଜ ମା ଭଉଣୀ ଓ ଭାଇଙ୍କ ସହିତ ମିଳିତ ଭାବରେ ଆକ୍ରମଣ କରୁଥିଲେ l ଏହି କାରଣଟି ଘଟିଥିଲା ଶଶୁର ଘରର ଯୌତୁକ ଦାବିକୁ ନେଇ l କିରଣ ମହିଳା ଜଣଙ୍କ ଆରୋପ ଲଗାଇଛନ୍ତି ଯେ ପ୍ରାୟ ଅଧିକାଂଶ ଦିନ ତାଙ୍କ ଶଶୁର ଘର ଲୋକ ଯୌତୁକ ପାଇଁ ନିର୍ଯାତନା ଦେବା ସହିତ ଖାଇବା ପିଇବା ମଧ୍ୟ ବନ୍ଦ କରିଦେଉଥିଲେ l ତେଣୁ ଏହି ରାୟ ଦେଇ ସୁପ୍ରିମ କୋର୍ଟ ଉକ୍ତ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି l

Leave A Reply