Odisha news

ସୂର୍ଯ୍ୟ ମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ : ବଦଳିବ କୋଣାର୍କ ରୂପରେଖ,ଓବିସିସ ଇଞ୍ଜିନିୟର ଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

୨୦୦ କୋଟି ଟଙ୍କା ବ୍ୟୟ ରେ ଖୁବ ଶୀଘ୍ର ହେବ କାର୍ଯ୍ୟ ଆରମ୍ଭ

0
କୋଣାର୍କ:- ୨୮/୪ ଅର୍କକ୍ଷେତ୍ର କୋଣାର୍କ କୁ ଆନ୍ତର୍ଜାତୀୟ ମାନର  ପାରିପାର୍ଶ୍ବିକ  ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ପରେ ରାଜ୍ୟ କୁ  ୨୦୦ କୋଟି ଟଙ୍କା ସହାୟତା ପ୍ରଦାନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଏବେ ଜୋର ସୋର ରେ ଆରମ୍ଭ ହୋଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଲାବଣ୍ୟ ଲଜ ଛକ ଠାରୁ ମେଡ଼ିକାଲ ଛକ ମଧ୍ୟରେ ଥିବା ୩୦ ଏକର ରୁ ଉର୍ଦ୍ଧ୍ବ ଜମି ରେ ପ୍ରାଥମିକ ସ୍ତରରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ନିମନ୍ତେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାପଡିଛି। ଓବିସିସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମ୍ୟାପ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇ ଓବିସିସ କୁ ୧୫୦ କୋଟି ଟଙ୍କାରେ ଅର୍ଥ ହସ୍ତାନ୍ତର କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏନେଇ ଓବିସିସ ପକ୍ଷରୁ ସମସ୍ତ ଏଷ୍ଟିମେଣ୍ଟ କରାଯାଇ ଗ୍ଲୋବାଲ ଟେଣ୍ଡର ଦିଆଯାଇଥିବା ଜଣାପଡିଛି।
ଖୁବଶୀଘ୍ର ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ସୂର୍ଯ୍ୟ ମନ୍ଦିର ସମ୍ମୁଖ ରେ ଥିବା ଏହି  ୩୦ ଏକର ପରିମିତ  ଜମିରେ ଏହାର ଆନ୍ତର୍ଜାତୀୟ ମାନର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ପାଇଁ ଉଚ୍ଛେଦ ହେବାକୁ ଥିବା ୧୨୦ ରୁ ଉର୍ଦ୍ଧ୍ବ ପରିବାର ଙ୍କୁ  ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଥଇଥାନ କରା ଯିବା ନିମନ୍ତେ ଜନଶୁଣାଣୀ କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ର  କାର୍ଯ୍ୟ ଖୁବ ଶୀଘ୍ର  ଓବିସିସିସ ପକ୍ଷରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏନେଇ ଗତ ବୁଧବାର ପୂର୍ବାହ୍ନରେ ଓବିସିସ ର ଉଚ୍ଚ ଅଧିକାରୀ ଙ୍କ ସହ ଏକ ଇଞ୍ଜିନିୟର ଟିମ ପ୍ରସ୍ତାବିତ ୩୦ ଏକର ଜମି ରେ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ମ୍ୟାପ ଅନୁଯାୟୀ  ସମସ୍ତ ଜାଗା ଗୁଡିକ ଚିହ୍ନଟ କରୁଥିବା ଦେଖା ଦେଇଥିଲା।
ଖୁବଶୀଘ୍ର ଲୋକ ମାନଙ୍କୁ ଉଚିତ ଥଇଥାନ ଓ କ୍ଷୟ କ୍ଷତିପୂରଣ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପୂର୍ବକ ପୁନଃ ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ହସ୍ତଗତ ହୋଇଛି। ସୂଚନା ଥାଉକି କୋଣାର୍କ କୁ ଆର୍ନ୍ତଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇ ବାସ୍ତବ ରୂପରେଖ ଦେବା ଲାଗି ପୁରୀ-ଭୁବନେଶ୍ୱର ପରେ କୋଣାର୍କ ର  ପାରିପାର୍ଶ୍ବିକ ରୂପରେଖ ପରିବର୍ତନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି।କୋଣାର୍କ ର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ପ୍ରାଥମିକ ଭାବେ ୬ ଲେନ ଓ ୨ ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ଥିବା ବେଳେ ଏବେ  ପ୍ରସ୍ତାବିତ କୋଣାର୍କ ସୂର୍ଯ୍ୟମନ୍ଦିର ସମୁଖ  ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କୁ  ଅତ୍ୟାଧୁନିକ ଆନ୍ତର୍ଜାତିକ ମାନର  ଗଢି ତୋଳିବା ପାଇଁ ରାଜ୍ୟ ସରକାର ଓବିସିସ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
Nalco
Leave A Reply