ବୈଜ୍ଞାନିକଙ୍କ ମତରେ ସୂର୍ଯ୍ୟତେଜ ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିବାକୁ ଯାଉଛି । ଜ୍ୟୋତିର୍ବିତ୍ ଡ. ଟୋନି ଫିଲି«ଙ୍କ ମତରେ ଏହା ସୋଲାର ମିନିମମ୍। ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହୋଇଥିବାରୁ ସୌର ପ୍ରଣାଳୀରେ ଅତିରିକ୍ତ ବିଶ୍ୱରଶ୍ମି (କସ୍ମିକ୍ ରେ ବା ମହାକାଶରୁ ବିକିରିତ ହୋଇ ଭୂପୃଷ୍ଠରେ ପହଞ୍ଚୁଥିବା ଶକ୍ତିଶାଳୀ ରଶ୍ମି) ଆସିପାରେ । ଅତ୍ୟଧିକ ବିଶ୍ୱରଶ୍ମି ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏହା ପୃଥିବୀ ଉପର ବାୟୁମଣ୍ଡଳର ବିଦୁ୍ୟତ-ରସାୟନ ବିଜ୍ଞାନକୁ ପ୍ରଭାବିତ କରିଥାଏ । ନାସା ବୈଜ୍ଞାନିକଙ୍କ ଆଶଙ୍କା- ଡାଲଟନ୍ ମିନିମମର ପୁନରାବୃତ୍ତି ହୋଇପାରେ ଯାହା ୧୭୯୦ ଓ ୧୮୩୦ ମଧ୍ୟରେ ହୋଇଥିଲା । ଏହା ଯୋଗୁ ପ୍ରବଳ ଥଣ୍ଡା, ଫସଲ ହାନି, ଦୁର୍ଭିକ୍ଷ ଓ ଶକ୍ତିଶାଳୀ ଆଗ୍ନେୟଗିରି ବିସ୍ପୋରଣ ହୋଇଥିଲା । ୨୦ ବର୍ଷରେ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇଛି ଯାହା ଖାଦ୍ୟ ଉକ୍ସଊାଦନ ଉପରେ ପ୍ରଭାବ ପକାଇଛି ।