Odisha news

ବୈଜ୍ଞାନିକଙ୍କ ଚେତାବନୀ : ସୂର୍ଯ୍ୟଙ୍କ ଉତ୍ତାପରେ ଏଭଳି ଧ୍ବଂସ ହୋଇଯିବ ପୃଥିବୀ, ଏବଂ ଆସିବ ମହାପ୍ରଳୟ

0

ନୂଆଦିଲ୍ଲୀ : ପୃଥିବୀ ମଧ୍ୟରେ ଜୀବନ ର ଆରମ୍ଭ ରୁ ନେଇ ଶେଷ ପର୍ଯ୍ୟନ୍ତ ବିଭିନ୍ନ କାରଣ ଦର୍ଶା ଯାଉଛି, କେତେବେଳେ ପୃଥିବୀ ଧ୍ବଂସ ର କାରଣ ଉଲକା ପିଣ୍ଡ ସହିତ ଧକା କୁହାଯାଇ ଥିବା ବେଳେ ଆଉ କେତେବେଳେ ଏଲିଅନ ମାନଙ୍କ ସହିତ ଯୁଦ୍ଧକୁ ମଧ୍ୟ କାରଣ ବୋଲି କୁହାଯାଇ ଥାଏ l କିନ୍ତୁ ବୈଜ୍ଞାନିକ ମାନେ ବର୍ତମାନ ନିଜର ମତ ରଖିଛନ୍ତି , ଆମ ଜୀବନ ପାଇଁ ଆବଶ୍ୟକ ଅଟେ କି ସୂର୍ଯ୍ୟ ହିଁ ବାୟୁମଣ୍ଡଳ କୁ ନଷ୍ଟ କରି ପୃଥିବୀ କୁ ଧ୍ବଂସ କରିବାର ପ୍ରସ୍ତୁତି କରିବାର କାରଣ l

ମାନବ ସମାଜ ପ୍ରତି ହେବାକୁ ଥିବା ବିପଦ କୁ ଜାଣିବା ପରେ ନାସା , ଇସ୍ରୋ ଓ ଏଲନ ମସ୍କ ଙ୍କ ର ସ୍ପେସ ଏକ୍ସ ସହିତ ଅନେକ ଅନ୍ତରୀକ୍ଷ ଏଜେନ୍ସି ହଜାର ହଜାର ଉପଗ୍ରହ କୁ ଅନ୍ତରୀକ୍ଷ କୁ ପଠାଉଛନ୍ତି l ଯାହାଦ୍ୱାରା କି ଏହାକୁ ନେଇ କୌଣସି ବିଶେଷ ସୂଚନା ମିଳି ପାରିବ l ନେଚର ଜିୟୋ ସାଇନ୍ସ ପକ୍ଷରୁ ହୋଇଥିବା ଅଧ୍ୟୟନ ଅନୁସାରେ ପୃଥିବୀ ର ଅନ୍ତ ସୂର୍ଯ୍ୟ ଙ୍କ କାରଣରୁ ହୋଇଥାଏ l ଅନ୍ୟ ଶବ୍ଦ ରେ କହିବାକୁ ଗଲେ ବର୍ତମାନ ସୂର୍ଯ୍ୟ ଙ୍କ ନିକଟରୁ ଖୁବ ଅଧିକ ଉତ୍ତାପ ଆସୁଛି ଏବଂ ଆବଶ୍ୟକତା ଠାରୁ ଅଧିକ ଗରମ ମଧ୍ୟ ହେଉଛି l

ଯଦି ଏହି ଉତ୍ତାପ ଆଗକୁ ଅଧିକ ବୃଦ୍ଧି ହେଲା ତେବେ ବାତାବରଣ ସମ୍ପୂର୍ଣ ନଷ୍ଟ ହୋଇଯିବ l ଏବଂ ଜୀବଜନ୍ତୁ ମଧ୍ୟ ମୃତ୍ୟୁ ମୁଖରେ ପଡିବେ l ଏବଂ ପୃଥିବୀ ସମ୍ପୂର୍ଣ ପାଉଁଶ ରେ ପରିଣତ ହୋଇଯିବ l ପୂର୍ବରୁ ଗୋଟିଏ ଅଧ୍ୟୟନ ରେ କୁହାଯାଇ ଥିଲା ଯେ ସୂର୍ଯ୍ୟ ବୁଧ ଏବଂ ଶୁକ୍ର ଙ୍କୁ ସମ୍ପୂର୍ଣ ନଷ୍ଟ କରିଦେବେ l ଯେଉଁ ଦୁଇଟି ଗ୍ରହ ସୂର୍ଯ୍ୟର ସବୁଠୁ ନିକଟତର ଅଟନ୍ତି l ଯେଉଁ କାରଣରୁ ଅଧିକ ଗରମ ପୃଥିବୀ ଉପରେ ପଡିବ l ଏବଂ ଉତ୍ତର ଓ ଦକ୍ଷିଣ ଧ୍ରୁବ ରେ ରହିଥିବା ବରଫ ତରଳି ଯିବ l ଏବଂ ସାରା ବିଶ୍ୱବ୍ରହ୍ମାଣ୍ଡ ଜଲମୟ ହୋଇଯିବ l ଏବଂ ସେହି ସମୟରେ ସମୁଦ୍ର ଜୀବ ଙ୍କୁ ଛାଡି ଆଉ ସମସ୍ତ ଜୀବ ବିଲୁପ୍ତ ହୋଇଯିବେ l ଏବଂ ସୂର୍ଯ୍ୟ ଙ୍କ କିରଣ କାରଣରୁ ସମସ୍ତ ପାଣି ବାଷ୍ପମୟ ହୋଇଯିବ l ଏହି କାରଣରୁ ସମୁଦ୍ର ଜୀବଙ୍କ ଜୀବନ ବିପଦ ପୂର୍ଣ୍ଣ ହୋଇଯିବ ଏବଂ ପୃଥିବୀ ଧ୍ବଂସ ହୋଇଯିବ l

Ad2
Leave A Reply