ସମୟ ପୂର୍ବରୁ ଅତ୍ୟଧିକ ଗର୍ମ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ, ହିଟ ସ୍ଟ୍ରୋକ କାରଣରୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ l ଯେଉଁ କାରଣରୁ ଶରୀରର ବିଭିନ୍ନ ଅର୍ଗାନ ମଧ୍ୟ ଫେଲ ହୋଇପାରେ, ଏପରିକି ମଣିଷ ମୃତ୍ୟୁ ମୁଖକୁ ମଧ୍ୟ ଯାଇପାରେ, ଅତ୍ୟଧିକ ଗରମ କାରଣରୁ ଶରୀରରେ ଜଳୀୟ ଅଂଶ କମିବା ଗୋଟିଏ ବଡ଼ ସମସ୍ୟା , ଏହା ଡି -ହାଇଡ୍ରେସନ ସମସ୍ୟା ଆଣି ଦେଇଥାଏ l ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଶୀଘ୍ର ଅନୁଭୂତ ହୋଇଛି, ଯାହାକୁ ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି l ଏହା ପୃଥିବୀ ପ୍ରତି ଗୋଟିଏ ବଡ଼ ବିପଦ ର କାରଣ l
ଗ୍ରୀଷ୍ମ ପ୍ରବାହ ଶୀଘ୍ର ହେବା ଦ୍ୱାରା କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ -:
* ଖୁବ ଶୀଘ୍ର ଗ୍ରୀଷ୍ମ ପ୍ରବାହ ଦ୍ୱାରା ଆସ୍ଥମା ଓ ସିଓପିଡି ଭଳି ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ହୋଇଥାଏ l
* ଶୀଘ୍ର ଗରମ ପଡିବ କାରଣରୁ ହାର୍ଟ, ଲିଭର, କିଡ୍ନୀ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଅଧିକ ବୃଦ୍ଧି ପାଇଥାଏ ଏବଂ ଏହା ମଧୁମେହ ସମସ୍ୟା କୁ ମଧ୍ୟ ବୃଦ୍ଧି କରିଥାଏ l
* ଗରମ ଶୀଘ୍ର ପଡିବ କାରଣରୁ ଶରୀର ରୁ ଝାଳ ନିର୍ଗତ ହୋଇ ଜଳୀୟ ଅଂଶ ହ୍ରାସ ହୋଇଥାଏ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି କରିଥାଏ l
* ଅଧିକ ଗର୍ମ ଅନୁଭୂତ ହେବା ଦ୍ୱାରା ଫୁସଫୁସ, ହାର୍ଟ, କିଡ୍ନୀ , ଲିଭର ଜନିତ ବିଭିନ୍ନ ରୋଗ ଅଧିକ ବୃଦ୍ଧି ହୋଇଥାଏ l
* ଯଦି ଗ୍ରସ୍ମ ପ୍ରବାହ ଖୁବ ଶୀଘ୍ର ଅନୁଭୂତ ହୋଇଥାଏ ତେବେ ଶରୀରର ତାପମାତ୍ରା ଅଧିକ ବୃଦ୍ଧି ହୋଇ ମଣିଷ କୁ କୋମା କୁ ନେଇଯାଇ ଥାଏ l
* ବିଶେଷଜ୍ଞ ଙ୍କ ମତରେ ସମୟ ପୂର୍ବରୁ ଯଦି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ ଏହା ଜୀବଜଗତ ପ୍ରତି ଗୋଟିଏ ବଡ଼ ବିପଦ ର କାରଣ ଅଟେ l ଏହାଦ୍ୱାରା ପ୍ରକୃତି ଅଧିକ କ୍ଷତିଗ୍ରସ୍ତ ହୋଇଥାଏ l