Odisha news

ଜୀବନ ରେ ନିଜ ଲକ୍ଷ୍ୟରେ ସଫଳତା ଲାଭ କରିବା ପାଇଁ ନିୟମିତ କରନ୍ତୁ ଏହି ୫ଟି କାମ

0
ଜୀବନ ରେ ସମସ୍ତେ ସଫଳତା ଲାଭ କରିବା ପାଇଁ ଇଚ୍ଛା ରଖି ଥାଆନ୍ତି । ଜୀବନ ରେ ସଫଳତାର ସ୍ଵାଦ ଏତେ ସହଜ ରେ ମିଳିଯାଏ ନାହିଁ । କାହିଁକି ନା ଗୋଟିଏ ସଫଳ ବ୍ୟକ୍ତି ପଛରେ ତାର ସଂପୂର୍ଣ୍ଣ ଜୀବନ ର ପରିଶ୍ରମ ରହିଥାଏ । ଯାହା ତାକୁ ସଫଳତା ଦେବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହାଛଡା ତାର ଦୈନଦିନ ଜୀବନ ର କିଛିଟା ଭଲ ଅଭ୍ୟାସ ମଧ୍ୟ ତାର ସଫଳତା ପାଇଁ ନିହାତି ଆବଶ୍ୟକ ।
* ଯଦି ସଫଳ ହେବାକୁ ଚାହୁଁଛନ୍ତି ତେବେ ନିୟମିତ କରନ୍ତୁ ଏହି ସବୁ କାର୍ଯ୍ୟ -:
– ମଣିଷ ସଫଳତା ଲାଭ କରିବା ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ହେଉଛି ନିଜ ଜୀବନ ରେ ଡିଶି ପ୍ଲିନ୍ ରଖିବା । ଯାହାକି ସେ ନିଜର ଦିନ ଚର୍ଯା ରୁ ଆରମ୍ଭ କରିଥାଏ । ତେଣୁ ସକାଳୁ ଶୀଘ୍ର ଉଠିବା ନିହାତି ଜରୁରୀ । ଯାହାଦ୍ଵାରା ଆପଣ ନିଜ ସମୟ ର ବିନିଯୋଗ ଠିକ୍ ଭାବରେ କରି ପାରିବେ ।
– ସକାଳୁ ଉଠିବା ପରେ ସମୟ ନଷ୍ଟ ନ କରି ନିଜ ପୁରା ଦିନକୁ କିପରି ନିଜର କାର୍ଯ୍ୟରେ ଠିକ୍ ଭାବରେ ଲଗାଇ ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କାହିଁକି ନା ସମୟର ସଦୁପଯୋଗ ବ୍ୟକ୍ତିକୁ ଜୀବନ ରେ ସଫଳତା ଦେଇଥାଏ ।
– ଆଳସ୍ୟ ହେଉଛି ପ୍ରଗତି ଓ ଉନ୍ନତି ପଥର ସବୁଠୁ ବଡ଼ ଶତ୍ରୁ । ଯେଉଁ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି କର୍ତ୍ତବ୍ୟ ପଥରେ ଆଗେଇ ଯାଇଥାଏ ସେହିଭଳି ବ୍ୟକ୍ତି ଜୀବନ ରେ ସଫଳତା ହାସଲ କରିଥାଏ , କଦାପି ସେ ଆଉ ପଛକୁ ଚାହିଁ ନଥାଏ ଓ ଆଗକୁ ଆଗେଇ ଯାଇଥାଏ ।
– ଯେଉଁ ଦିନର କାର୍ଯ୍ୟ ସେହିଦିନ କରନ୍ତୁ । ଯଦି ଆଜିର କାର୍ଯ୍ୟ କୁ କାଲି ଉପରେ ଛାଡ଼ିବେ ଅବହେଳା ବଶତଃ ସେହି କାର୍ଯ୍ୟ ଟି ଦିନ ପରେ ଦିନ ଗଡି ଚାଲିଥିବ କିନ୍ତୁ ସମ୍ପୂର୍ଣ ହୋଇ ପାରିବ ନାହିଁ । ତେଣୁ ସମୟନୁବର୍ତିତା ହେବା ଆବଶ୍ୟକ ।
– ସବୁବେଳେ ନିଜ କାର୍ଯ୍ୟ ପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବା ଉଚିତ୍ । କଣ ରହିଛି ସାରା ଦିନର କାର୍ଯ୍ୟ ସେଥିପ୍ରତି ଗୋଟିଏ ତାଲିକା ପ୍ରସ୍ତୁତ କରି ତାହାକୁ ଠିକ୍ ଭାବରେ କାର୍ଯ୍ୟ ରେ ଲଗାଇବା ଉଚିତ୍ । ଏହା ଯଦି ଆପଣ ନିୟମିତ ଭାବେ କରିବେ ତେବେ ଜୀବନ ରେ କଦାପି ଅସଫଳ ହେବେ ନାହିଁ ।
– ମଣିଷ ସବୁବେଳେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ୍ । କାହିଁକି ନା ସ୍ବାସ୍ଥ୍ୟ ହିଁ ସମ୍ପଦ । ଯଦି ଆମେ ନିଜ ଖାଦ୍ୟ ପେୟ କୁ ମଧ୍ୟ ସଠିକ୍ ସମୟ ରେ ସଂପୂର୍ଣ୍ଣ କରିବା ଉଚିତ୍ । ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ ।
Nalco
Leave A Reply