ଯେ କୌଣସି କ୍ଷେତ୍ରରେ ସଫଳତା ଲାଭ କରିବା ପାଇଁ ସବୁଠୁ ଆବଶ୍ୟକୀୟ ହେଲା ପରିଶ୍ରମ, ଧର୍ଯ୍ୟ ଓ ନିୟମ ପାଳନ କରିବା । ସଫଳତା ପାଇବାକୁ ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା ରଖି ଥାଆନ୍ତି , କିନ୍ତୁ ବେଳେ ଭୁଲ ନିଷ୍ପତି , ଆଳସ୍ୟ, ଉଚିତ୍ ନିର୍ଣ୍ଣୟ ନନେଇ ପାରିବା କାରଣରୁ ଆମେ ସୁଯୋଗ କୁ ହାତ ଛଡା କରିଥାଉ । ଏବଂ ଏହାକୁ ନେଇ ଆମେ ସାରା ଜୀବନ ପସ୍ତେଇ ଥାଉ । ଜୀବନ ରେ ସଫଳତା ପାଇବା ପାଇଁ ସଫଳତା ର ମୂଳମନ୍ତ୍ର କୁ ନିହାତି ଜାଣିବା ଆବଶ୍ୟକ।
ସଫଳତା ର ମୂଳ ମନ୍ତ୍ର -:
* ପରିଶ୍ରମ କରିବାକୁ ପଛାଇବା ଉଚିତ୍ ନୁହେଁ -:
ଏହି କଥା ସବୁବେଳେ ମନେ ରଖିବା ଉଚିତ୍ ଯେ ଆପଣ କରିଥିବା ପରିଶ୍ରମ କଦାପି ଅନ୍ୟଥା ଯିବ ନାହିଁ । ସେଥିପାଇଁ ଜୀବନ ରେ କଦାପି ପରିଶ୍ରମ କରିବାକୁ ପଛାଇବେ ନାହିଁ । ସଫଳତା ର ଦୌଡ ରେ ପଛରେ ରହିବା ର କାରଣ ହେଉଛି ଆଳସ୍ୟ ।
* ଧର୍ଯ୍ୟ ରଖିବା ଜରୁରୀ :-
ଅନେକ ସମୟରେ ଅଧର୍ଯ୍ୟ କାରଣରୁ ଅସଫଳତା କୁ ସାମ୍ନା କରିବାକୁ ପଡ଼ିଥାଏ । ସେଥିପାଇଁ ଜୀବନ ରେ ଧର୍ଯ୍ୟ ରଖିବା ଜରୁରୀ । ଧର୍ଯ୍ୟ କୁ ସଫଳତା ର ମୁଖ୍ୟ କଥା ବୋଲି କୁହାଯାଏ । ଛୋଟ ଛୋଟ କଥାରେ କଦାପି ଧର୍ଯ୍ୟ ହରାଇବା ଉଚିତ୍ ନୁହେଁ ।
* ସମୟ ନଷ୍ଟ କରନ୍ତୁ ନାହିଁ:-
ଜୀବନ ରେ କଦାପି ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ସେଥିପାଇଁ ସମୟ ର ସଦୁପଯୋଗ କରିବା ଉଚିତ୍ ନୁହେଁ । ସମୟ ଥରେ ଯଦି ହାତରୁ ଖସି ଯିବ ଆଉ ଫେରିବ ନାହିଁ । ଏହାଛଡା ସଫଳତା ମଧ୍ୟ ହାତରୁ ଖସି ଯାଇଥାଏ ।
* ଉଚ୍ଚ ଅଭିଳାଷ ରଖନ୍ତୁ :-
ନିରାଶ ହେଲେ ଜୀବନ ରେ ସମସ୍ତ ସମୟରେ କଠିନ ଅନୁଭବ କରିବେ । ନିରାଶ ହେଲେ ଜୀବନ ଆପଣଙ୍କ ପାଇଁ ଖୁବ୍ କଠିନ ହୋଇଯିବ । ଏହାଛଡା ସବୁବେଳେ ଜୀବନ ରେ ଉଚ୍ଚ ଅଭିଳାଷ ରଖିବା ଉଚିତ୍ ।
* ନିଜ ଲକ୍ଷ ଉପରେ ନଜର ରଖନ୍ତୁ -:
ଜୀବନ ରେ ଅନେକ ଅସୁବିଧା ଆସିଥାଏ । କିନ୍ତୁ ସଫଳତା ସେହି ବ୍ୟକ୍ତି ପାଇଥାଏ , ଯିଏ କି ପ୍ରତ୍ୟେକ ପରିସ୍ଥିତି ରେ ନିଜ ଲକ୍ଷ୍ୟରେ ଅଟଳ ରହିଥାଏ । କିନ୍ତୁ ଯଦି ଆପଣ ନିଜ ଲକ୍ଷରୁ ହଟି ଯିବେ ତେବେ କଦାପି ସଫଳତା ଲାଭ କରି ପାରିବେ ନାହିଁ ।
