Odisha news

ସଫଳତାର ପୁଞ୍ଜି : ଏହି ଅଵଗୁଣରୁ ଦୁରେଇ ରହୁଥିବା ବ୍ୟକ୍ତି ସବୁଠାରେ ସମ୍ମାନ ପାଇଥାଏ

ଶାସ୍ତ୍ରରେ ସବୁବେଳେ ନୀତି ଓ ଆଦର୍ଶର କଥା ରଚନା କରାଯାଇଥାଏ l ଅଵଗୁଣ ଥିବା ବ୍ୟକ୍ତି କେବେବି ସମାଜରେ ଓ ଜୀବନରେ ଶ୍ରେଷ୍ଠ ହୋଇପାରେ ନାହିଁ l ଭଲ ଗୁଣକୁ ଆପଣାଇ ସକାରାତ୍ମକ ବିଚାରକୁ ଗ୍ରହଣ କରି ମଣିଷ ସଫଳତା ପ୍ରାପ୍ତ କରିଥାଏ l ଗୀତାରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ l ନୀତିଶାସ୍ତ୍ର ଅନୁସାରେ ବାଳକ ଅବସ୍ଥାରେ ମଣିଷ ନିଜ ପରିବାରରୁ ସଂସ୍କାର ପ୍ରାପ୍ତ କରିଥାଏ l ଅଵଗୁଣ ବ୍ୟକ୍ତିକୁ ସ୍ୱଅର୍ଥୀ ଓ ଲୋଭି କରି ଦେଇଥାଏ l

* ବିନା ସଂସ୍କାରରେ ବ୍ୟକ୍ତିର ଭଲ ଚିନ୍ତାଧାରା ଆସି ନଥାଏ l ସଂସ୍କାର ହୀନ ବ୍ୟକ୍ତି ନିଜର ପଦ ମର୍ଯ୍ୟାଦା ହରାଇଥାଏ l କାରଣ ପିତାମାତାଙ୍କ ନିକଟରୁ ବଳକା ଅବସ୍ଥାରେ ଯେଉଁ ସଂସ୍କାର ପାଇଥାଏ ତାହା ତାକୁ ଜୀବନରେ ଗୋଟିଏ ଭଲ ମଣିଷ ହେବାରେ ସାହାଯ୍ୟ କରିଥାଏ l ସଞ୍ଜମ ଶିଖିବା ଓ ଶିଖାଇବା ନିହାତି ଆବଶ୍ୟକ l କାରଣ ସଞ୍ଜମ ଦ୍ୱାରା ବ୍ୟକ୍ତି ନିଜକୁ ସମସ୍ତ ସ୍ଥାନରେ ଲୋଭରୁ ଦୁରେଇ ରଖିଥାଏ l ଯେଉଁ କାରଣରୁ ସେ ଖରାପ କାମ କରେ ନାହିଁ l

* ବିଦ୍ୱାନ ମାନଙ୍କ ମତଗର ବ୍ୟକ୍ତି ସବୁବେଳେ ସତ୍ୟ କହିବା ଆବଶ୍ୟକ ସତ୍ୟ କହୁଥିବା ବ୍ୟକ୍ତି ରାଷ୍ଟ୍ରକୁ ଦିଶା ପ୍ରଦାନ କରିଥାଏ l ଏଭଳି ଲୋକ ସମାଜରେ ସମ୍ମାନ ପ୍ରାପ୍ତ କରନ୍ତି l ଯେଉଁ ଲୋକମାନେ ଅସତ୍ୟର ମାର୍ଗ ଅବଲମ୍ବନ କରନ୍ତି ସେମାନଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ ଓ ଆଦର କରନ୍ତି ନାହିଁ l

* ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସଞ୍ଜମକୁ ଶିଖିଥାଅ ସେ କ୍ରୋଧଠାରୁ ମଧ୍ୟ ଦୁରେଇ ରହିଥାଏ l ଗୀତାରେ କ୍ରୋଧକୁ ମନୁଷ୍ୟର ସବୁଠାରୁ ବଡ଼ ଶାସ୍ତ୍ରି ବୋଲି କୁହାଯାଇଛି l କ୍ରୋଧରୁ ବ୍ୟକ୍ତି ଦୁରେଇ ରହିବ ବଶ୍ୟକ l କାରଣ କ୍ରୋଧ ସମୟରେ ବ୍ୟକ୍ତି ଠିକ ଭୁଲ ମଧ୍ୟରେ ଅନ୍ତର ଜାଣି ପରି ନଥାଏ ,ଯେଉଁ କାରଣରୁ ସେ ଭୁଲ ନିର୍ଵାଚ୍ୟ ନେଇ ଅସୁବିଧାରେ ପଡିଥାଏ l ତେଣୁକରି ବ୍ୟକ୍ତିକୁ କ୍ରୋଧଠାରୁ ଦୁରେଇ ରହିବ ବଶ୍ୟକ l

Comments are closed.