ନୀତି ଶାସ୍ତ୍ର ଅନୁସାରେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବା ପାଇଁ ବ୍ୟକ୍ତି ଲକ୍ଷ ରଖିବା ଉଚିତ l ଯଦି ଆପଣ କୌଣସି କ୍ଷେତ୍ରରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ନିଜର ଇଛା ଶକ୍ତି ,ଲକ୍ଷ ଓ ସମର୍ପଣ ଭାବକୁ ରଖନ୍ତୁ l ସମର୍ପଣ ଭାବ ରହିଲେ ସଫଳତା ଆପେ ଆପେ ମିଳିଥାଏ l ପ୍ରତେକ ମଣିଷ ସଫଳତାର ମନ୍ତ୍ର ଜାଣନ୍ତୁ କି ନାହିଁ କିନ୍ତୁ ତାଙ୍କ ମସ୍ତିଷ୍କରେ ଅସଫଳତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ l
* ସମସ୍ତଙ୍କୁ ଖୁସି କରିବାର ପ୍ରୟାସ ଅସଫଳତାର ପ୍ରଥମ ଦ୍ୱାର ଅଟେ l ସଫଳତା ମିଳିଥାଏ ଅତ୍ୟଧିକ ପରିଶ୍ରମ ଦ୍ୱାରା l ଯେଉଁ କାର୍ଯ୍ୟକୁ ଆମେ ଶୀଘ୍ର ସମାପ୍ତ କରିଥାଉ ତାହା ଆମକୁ ସୁଖ ଦେଇଥାଏ ସତ କିନ୍ତୁ ଦୀର୍ଘ ସମୟର ଆତ୍ମ ସନ୍ତୋଷ ଦେଇପାରେ ନାହିଁ l
* ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜକୁ ସହଜ ଭାବ ମନରେ ଆଣିବା ଆବଶ୍ୟକ l ଅନ୍ୟଥା ଲକ୍ଷ ଠାରୁ ଦୁରେଇ ଗଲେ ମାନସିକ ଅବସାଦ ଓ ଉତେଜନା ଦେଖା ଦେଇଥାଏ l
* ଆମେ ଭାଗ୍ୟକୁ ସବୁବେଳେ ଦୋଷ ଦେଇଥାଉ ,କିନ୍ତୁ ବୁଝିବା ଆବଶ୍ୟକ ଯେ ଭାଗ୍ୟ ସବୁବେଳେ ସାହସୀ ବ୍ୟକ୍ତିର ସାଙ୍ଗ ଦେଇଥାଏ l ଆପଣଙ୍କ ସମର୍ପଣ ଓ ଇଛା ଶକ୍ତି ଆପଣଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚାଇ ଥାଏ l
* ଜୀବନରେ ସଫଳତା ପାଇବା ପାଇଁ କଠିନ ରୁ କଠିନ ପରିସ୍ଥିତି କୁ ସାମ୍ନା କରିବାକୁ ପଡିଥାଏ l ହାତ ପାହାନ୍ତାରେ ଯାହା ମିଳିଥାଏ ତାହା କ୍ଷଣିକ ଅଟେ l

Comments are closed.