ଅସଫଳତାର ସ୍ୱାଦ ଚାଖିବାକୁ ଯଦି ଚାହୁଁ ନାହାନ୍ତି ,ତେବେ ଜୀବନରେ ଏହି ୯ଟି ମନ୍ତ୍ରକୁ ମନେ ରଖନ୍ତୁ
ପ୍ରତେକ ମଣିଷ ନିଜ ଜୀବନରେ ସଫଳତା ପାଇବାକୁ ଇଛା ରଖିଥାଏ l ତଥାପି ଅସଫଳ ହୋଇଯାଏ l ଅଧିକାଂଶ ଲୋକଙ୍କର ଅସଫଳତା ର କାରଣ ଅଟେ ଭୁଲ ନୀତି l ତେଣୁ କିପରି ଭାବରେ ଏହି ନୀତି ଗୁଡିକୁ ଏଡାଇ ସଫଳତା ଲାଭ କରିବେ ତାହା ଆସନ୍ତୁ ଜାଣିବା l
୧ – ଜୀବନରେ କେବେବି ଅତୀତକୁ ନେଇ ପଶ୍ଚାତାପ କରିବା ଉଚିତ ନୁହେଁ l ଵିଵେକଵାନ ପୁରୁଷ ସବୁବେଳେ ବର୍ତମାନରେ ରହି ନିଜର କର୍ତବ୍ୟ କରିଥାଏ l
୨ – ଆବଶ୍ୟକତା ଠାରୁ ଅଧିକ ସରଳ ହେବା ଉଚିତ ନୁହେଁ l କାରଣ ସବୁବେଳେ ସିଧା ଗଛକୁ କଟା ଯାଇଥାଏ l ଅଧିକ ସରଳ ଲୋକ ସବୁଠୁ ଅଧିକ କଷ୍ଟ ଉଠାଇ ଥାଏ l
୩ – ପ୍ରତେକ ମିତ୍ରତା ପଛରେ କିଛି ନା କିଛି ସ୍ୱାର୍ଥ ଲୁଚି ରହିଥାଏ l ତେଣୁ ମିତ୍ରତା ପ୍ରତି ସତର୍କ ରହିବା ଉଚିତ l
୪ – ଅସମ୍ଭବ ଶବ୍ଦର ପ୍ରୟୋଗ ମୂର୍ଖ ମାନେ କରି ଥାଆନ୍ତି l ବୁଦ୍ଧିମାନ ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ l
୫ – ଯଦି ଆପଣଙ୍କ ପ୍ରତି କିଏ ପ୍ରତାରଣା କରୁଛି ତେବେ ତାକୁ ନିଜ ଭିତରେ ସୀମିତ ରଖନ୍ତୁ ଓ ସଚେତନ ରୁହନ୍ତୁ l ନଚେତ ଅନ୍ୟମାନେ ତାର ସୁବିଧା ନେବେ l
୬ – ଭୟ ଆପଣଙ୍କର ସବୁଠୁ ବଡ ଶତ୍ରୁ ଅଟେ ଓ ଶିକ୍ଷା ସବୁଠୁ ଭଲ ମିତ୍ର l ଗୋଟିଏ ଶିକ୍ଷିତ ବ୍ୟକ୍ତି ସବୁଠି ସମ୍ମାନ ପାଇଥାଏ ଓ ଶିକ୍ଷା ସୌନ୍ଦର୍ଯ୍ୟ ଏବଂ ଯୌବନ କୁ ପରାସ୍ତ କରିଥାଏ l
୭ – ଯଦି ଆପଣ ଆର୍ଥିକ ହାନିର ଶିକାର ହେଇଛନ୍ତି ତେବେ ଭୁଲ ରେ ମଧ୍ୟ କାହାକୁ କୁହନ୍ତୁ ନାହିଁ l ଯଦି ଲୋକ ଏହି ବିଷୟରେ ଜାଣିବେ ତେବେ ଆପଣଙ୍କ ଠାରୁ ଦୁରେଇ ଯିବେ l
୮ – ଯଦି ଆପଣଙ୍କ ଠାରୁ ନିମ୍ନ ସ୍ତରର ବ୍ୟକ୍ତି ଆପଣଙ୍କୁ ଅପମାନିତ କରୁଛି ତେବେ ଏହି ବିଷୟରେ କାହାକୁ କହିବେ ନାହିଁ ,ନଚେତ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ସହିତ ଯୋଡି ଦେଖିବେ l
୯ – ଯେଉଁ ଧନ ଅତି କଷ୍ଟ ରେ ମିଳିଥାଏ ,ଯେଉଁ ଧର୍ମ ନିଜର ମାନବିକତା ହରାଇବା ଦ୍ୱାରା ମିଳିଥାଏ ତାହାକୁ କେବେ ସ୍ୱୀକାର କରିବା ଉଚିତ ନୁହେଁ l

Comments are closed.