Odisha news

ଭଞ୍ଜନଗର : କରୋନା ସତର୍କତା , ଉପଜିଲ୍ଲାପାଳ ଓ ଏସଡିପିଓ କାର୍ଯ୍ୟାଳୟ ହେଲା ସାନିଟାଇଜ

0

ଭଞ୍ଜନଗର,୯/୪(ଆପ୍ର):କରୋନାକୁ ଆଖିଆଗରେ ରଖି ଏବେ ଭଞ୍ଜନଗର ସହରର କେତେକ ପ୍ରମୁଖ ସ୍ଥାନକୁ ସାଇଟାଇଜ କରିଛି ଦମକଳ କେନ୍ଦ୍ର । ପୂର୍ବରୁ ଭଞ୍ଜନଗର ମେଡିକାଲ ସମେତ ତହସିଲ କାର୍ଯ୍ୟାଳୟ, ଥାନା, ବ୍ୟାଙ୍କ, ବସଷ୍ଟାଣ୍ଡ ଆଦି ସାନିଟାଇଜ କରାଯାଇଥିବାବେଳେ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଏସଡିପିଓଙ୍କ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ତେବେ ଭଞ୍ଜନଗର ସହରର ସମସ୍ତ ସାଇଗଳିକୁ ଖୁବଶୀଘ୍ର ସାନିଟାଇଜ କରାଯିବବୋଲି ସ୍ଥାନୀୟ ଅଗ୍ନିଶ୍ରମ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଉଲ୍ଲେଖ କରିଛନ୍ତି । ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦମକଳ କେନ୍ଦ୍ରର ବହୁ କର୍ମଚାରୀ ମିଳିତଭାବେ ସାନିଟାଇଜ କରିଛନ୍ତି । ଏଥିପାଇଁ ପାଖାପାଖି ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିଥିବାବେଳେ ସମସ୍ତ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ ବାସଭବନ ଆଦି ସାନିଟାଇଜ କରାଯାଇଥିଲା । ପରେ ଏସଡିପିଓଙ୍କ କାର୍ଯ୍ୟାଳୟ ଓ ବାସଭବନକୁ ସାନିଟାଇଜ କରିଥିଲେ ଅଗ୍ନିଶ୍ରମ କର୍ମଚାରୀ । ପୂର୍ବରୁ ଆବଶ୍ୟକୀୟ ଔଷଧୀୟ ସାମଗ୍ରୀ ଭଞ୍ଜନଗରରେ ପହଞ୍ଚିପାରିନଥିବାବେଳେ ଏବେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଆସି ପହଞ୍ଚିସାରିଛି । ଏଣୁ ଖୁବଶୀଘ୍ର ସଂପୂର୍ଣ୍ଣ ସହରକୁ ସାନିଟାଇଜ କରାଯିବବୋଲି ଅଗ୍ନିଶ୍ରମ ଅଧିକାରୀ ବିଶ୍ୱାଳ ସ୍ପଷ୍ଟ ସୁଚନା ଦେଇଛନ୍ତି ।

Leave A Reply