Odisha news

ଖଇରା ବ୍ଲକ୍ ରେ “ଏ-୧” ରେ ପାସ ହେଇଥିବା ୧୧ଜଣ ଛାତ୍ରଛାତ୍ରୀଙ୍କ ମନକଥା ଆସନ୍ତୁ ଜାଣିବା

0

ଖଇରା-୩୦/୦୭ ଡାକ୍ତର ହେବାକୁ ଲକ୍ଷ୍ୟ -ଖିରୋଦ:ବାଲେଶ୍ୱର ଜିଲ୍ଲା ଖଇରା ଗରସଙ୍ଗ ରାମଚନ୍ଦ୍ର ଉଚ୍ଚ ବିଦ୍ୟାପୀଠର ଛାତ୍ର ଖିରୋଦ କୁମାର ମନ୍ତ୍ରୀ ୫୭୪ ନମ୍ବର ରଖିଛନ୍ତି । ଚନ୍ଦ୍ର ଶେଖର ମନ୍ତ୍ରୀଙ୍କ ପୁଅ ଖିରୋଦ କୁମାର ମନ୍ତ୍ରୀ । ବାପା ଚନ୍ଦ୍ର ଶେଖର ମନ୍ତ୍ରୀ ଜମ୍ବେଶ୍ୱର ମହାବିଦ୍ୟାଳର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ପ୍ରକୃତ ଘର ସୋର ବ୍ଲକ୍ ୱାଦା ହୋଇଥିବାବେଳେ ସେ ଖଇରା ବ୍ଲକ୍ ଗରସଙ୍ଗ ଗ୍ରାମରେ ଘରଭଡା ନେଇ ରହିଆସୁଛନ୍ତି । ସେ ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଏମବିବିଏସ କରି ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଡାକ୍ତର ହେବା ପାଇଁ ଇଚ୍ଛା- ଜ୍ଞାନରଞ୍ଜନ:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଝିଙ୍କିରିଆ ସତ୍ୟମ୍ ଶିବମ୍ ସୁନ୍ଦରମ ଉଚ୍ଚବିଦ୍ୟାଳୟର ଛାତ୍ର ଜ୍ଞାନରଞ୍ଜନ ଦାସ ୫୬୧ ନମ୍ବର ରଖିଛନ୍ତି । ବାରାପୁର ଗ୍ରାମର ବିଜୟ ଓ ରିତାରାଣୀ ଘୋଷଙ୍କ ପୁଅ ଜ୍ଞାନରଞ୍ଜନ ଘୋଷ  । ସେ ଦୈନିକ ୧୦ ରୁ ୧୨ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛନ୍ତି ।

ବୈଜ୍ଞାନିକ ହେବେ-କୃତ୍ତିବାସ:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ତୁଟ ସମ୍ପେଇ ଗୋପିନାଥ ଉଚ୍ଚ ବିଦ୍ୟାପୀଠର ଛାତ୍ର କୃତ୍ତିବାସ ରଥ ୫୫୯ ନମ୍ବର ରଖିଛନ୍ତି । ତୁଟ ଗ୍ରାମର ଶରତ କୁମାର ରଥ ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ କୃତ୍ତିବାସ ରଥ  । ସେ ଦୈନିକ ୧୨ ରୁ ୧୩ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ-ନିହାର ରଞ୍ଜନ:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ କୁପାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ନିହାର ରଞ୍ଜନ ରାଉତ ୫୫୩ ନମ୍ବର ରଖିଛନ୍ତି । କୁପାରୀ ହାତୀମୁଣ୍ଡା ଗ୍ରାମର ମନୋରଞ୍ଜନ ଓ ନମିତା ରାଉତଙ୍କ ପୁଅ ନିହାର ରଞ୍ଜନ ରାଉତ  । ସେ ଦୈନିକ ୬ ରୁ ୮ ଘଣ୍ଟାଣ୍ଟପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ଜେଜେ ବାପାଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଡାକ୍ତର ହେବାକୁ ଲକ୍ଷ୍ୟ-ପୃଥିରାଜ:ବାଲେଶ୍ୱର ଜିଲ୍ଲା ଖଇରା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ପୃଥିରାଜ ଶନିବିଗ୍ରହ ୫୪୫ ନମ୍ବର ରଖିଛନ୍ତି । କଣ୍ଟାପଡା ଗ୍ରାମର ପ୍ରଦୀପ୍ତ ଓ ସରୋଜିନୀ ଶନିବିଗ୍ରହଙ୍କ ପୁଅ ପୃଥିରାଜ ଶନିବିଗ୍ରହ  । ସେ ଦୈନିକ ୮ ରୁ ୧୦ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଡାକ୍ତରୀ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଇଞ୍ଜିନିୟର ହେବି-ବିକାଶ:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନନେ୍ଦାର ନରେନ୍ଦ୍ର ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ କୁମାର ନାୟକ ୫୪୨ ନମ୍ବର ରଖିଛନ୍ତି । ନନେ୍ଦାର ଗ୍ରାମର ଆନନ୍ଦ ଓ ମଞ୍ଜୁଲତା ନାୟକଙ୍କ ପୁଅ ବିକାଶ କୁମାର ନାୟକ  । ସେ ଦୈନିକ ୧୦ ରୁ ୧୨ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପରିବାର ବର୍ଗ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଆଇଏଏସ ହେବାକୁ ଇଚ୍ଛା-ସାଇ ଆଶିଷ:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଗୋବିନ୍ଦ ଜୀଉ ଉଚ୍ଚ ବିଦ୍ୟାପୀଠ ରୁସ୍ତମପୁର ବିଦ୍ୟାଳୟର ଛାତ୍ର ସାଇ ଆଶିଷ ବେହେରା ୫୪୨ ନମ୍ବର ରଖିଛନ୍ତି । ତୁରାଣିପଦା ଗ୍ରାମର ଅକ୍ଷୟ ବେହେରା ଓ ଅନ୍ନପୂର୍ଣ୍ଣା ବାରିକଙ୍କ ପୁଅ ସାଇ ଆଶିଷ ବେହେରା  । ସେ ଦୈନିକ ୮ ରୁ ୯ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଆଇଏଏସ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଡାକ୍ତର ହେବି -ବିପିନ୍:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ବାରପଡା ଦାଶରଥି ସୁଣ୍ଢିରା ଉଚ୍ଚ ବିଦ୍ୟାଳୟର ଛାତ୍ର ବିପିନ ବିହାରୀ ଦାସ ୫୪୦ ନମ୍ବର ରଖିଛନ୍ତି । ସୁଣ୍ଡିରା ଗ୍ରାମର ଦୟାନିଧି ଓ ପ୍ରଭାତୀ ଦାସଙ୍କ ପୁଅ ବିପିନ୍ ବିହାରୀ ଦାସ  । ସେ ଦୈନିକ ୮ ରୁ ୯ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସେନାରେ ଯୋଗ ଦେବି -ପ୍ରାର୍ଥସାରଥି  :ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଡୁଙ୍ଗୁରା ଦର୍ଶନ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରାର୍ଥସାରଥି ପଣ୍ଡା ୫୪୦ ନମ୍ବର ରଖିଛନ୍ତି । ସିଙ୍ଗିଡି ଗ୍ରାମର କୁଞ୍ଜ ବିହାରୀ ଓ କନକଲତା ପଣ୍ଡାଙ୍କ ପୁଅ ପ୍ରାର୍ଥସାରଥି ପଣ୍ଡା  । ସେ ଦୈନିକ ୧୦ ରୁ ୧୨ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା, ଦାଦା, ଖୁଡି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ସେନାରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଡାକ୍ତର ହେବି -ହରପ୍ରିୟା:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ପଳାଶପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତୀ୍ର ହରପ୍ରିୟା ଆରୁଖ ୫୪୦ ନମ୍ବର ରଖିଛନ୍ତି । କଖାରୁଆ ଗ୍ରାମର ଗୋଲକ ଚନ୍ଦ୍ର ଆରୁଖ ଓ ମଞ୍ଜୁଲତା ବେହେରାଙ୍କ ଝିଅ ହରପ୍ରିୟା ଆରୁଖ । ସେ ଦୈନିକ ୯ ରୁ ୧୦ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ପୋଲିସ ହେବାକୁ ଲକ୍ଷ୍ୟ- ଅନିତା:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଗଣ୍ଡିବେଡ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନିତା ନାୟକ ୫୪୦ ନମ୍ବର ରଖିଛନ୍ତି । ସାଦିକ୍ପୁର ଗ୍ରାମର ପ୍ରଫୁଲ କୁମାର ନାୟକଙ୍କ ଝିଅ ଅନିତା ନାୟକ  । ସେ ଦୈନିକ ୧୨ ରୁ ୧୪ ଘଣ୍ଟାପରିଶ୍ରମ କରୁଥିଲେ । ସେ ଏହି ସଫଳତାର ଶ୍ରେୟ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଭଲ ପୋଲିସ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply