Odisha news

ଦୁନିଆରେ ଏମିତିବି ଘଟେ : ପ୍ରାଇମେରୀ ଶ୍ରେଣୀରେ ଛାତ୍ରୀଙ୍କୁ ପଢ଼ାଉଥିଲେ ଶିକ୍ଷକ , ୧୮ ବର୍ଷ ହେବା ପରେ କଲେ ବିବାହ

0

ନୂଆଦିଲ୍ଲୀ : ବ୍ରିଟେନରେ ଜଣେ ଶିକ୍ଷକ ନିଜଠାରୁ ଜଣେ ୩୪ ବର୍ଷ ସାନ ଗୋଟିଏ ଛୋଟ ଝିଅକୁ ବିବାହ କରିଛନ୍ତି ଯାହାକୁ ସେ ,ପ୍ରାଇମେରୀରେ ପାଠ ପଢ଼ିଥିଲେ l ଏହି ମାମଲା ଜଣା ପଡିବା ପରେ ଶିକ୍ଷକଙ୍କର ରେଜିଷ୍ଟ୍ରେସନ ରଦ୍ଧ କରି ଦିଆଯାଇଛି l ଶିକ୍ଷକ ଓ ତାଙ୍କ ଛାତ୍ରୀଙ୍କ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣା ନଥିଲା l ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ଜଣଙ୍କ ଉପରେ ଆରୋପ ଲଗା ଯାଇଛି ଯେ ଛାତ୍ରୀଟି ନାବାଳିକା ଥିବା ସମୟରେ ତାଙ୍କ ସହିତ ଶାରୀରିକ ସମ୍ବଦ୍ଧ ରଖିବା ପାଇଁ ବାଧ୍ୟ କରାଯାଇଥିଲା ଓ ୧୮ ବର୍ଷ ହେବା ମାତ୍ରେ ବିବାହ କରିଥିଲେ l ଶିକ୍ଷକ ଜଣଙ୍କ କହିଛନ୍ତି ଯେ ତାଙ୍କ ପତ୍ନୀ ଅନେକ ଦିନରୁ ମୃତ୍ୟୁବରଣ କରିଛତି l

ଯେତେବେଳେ ଏହି ଛାତ୍ରୀ ଜଣଙ୍କ ମାତ୍ର ୧୧ ବର୍ଷର ଥିଲେ ତାଙ୍କୁ ବିବାହ ପାଇଁ ପ୍ରସ୍ତୁତ କରାଇଥିଲେ l କିନ୍ତୁ ଝିଅଟିର ପରିବାର ଲୋକଙ୍କୁ ଏହି ବିଷୟରେ କିଛି ଜଣା ନଥିଲା ,ଦିନେ ପୋଲିସ ତାଙ୍କ ଘରେ ପହଞ୍ଚିବାରୁ ଏହି ବିଷୟରେ ସବୁ ଜଣା ପଡିଲା l ଛାତ୍ରୀଙ୍କ ସହିତ ସମ୍ପର୍କ ରଖିଥିବା କାରଣରୁ ବର୍ତ୍ତମାନ ବ୍ରିଟେନର ଗୋଟିଏ ଟ୍ରିବ୍ୟୁନାଲ କୋର୍ଟରେ ଏହି ମାମଲା ଚାଲିଛି l ଛାତ୍ରୀ ଜଣଙ୍କ ପାଠ ପଢ଼ୁଥିବା ସମୟରେ ତାଙ୍କୁ ସ୍କୁଲ ଛୁଟି ହେବା ପରେ ଅଧିକ କିଛି ଶିକ୍ଷାର ଆବଶ୍ୟକତା ରହିଥିଵାରୁ ସେ ବିଷୟରେ ଶିକ୍ଷକ ଜଣଙ୍କ ଟିୟୁସନ କରୁଥିଲେ l ସେ ଝିଅଟିକୁ ପ୍ରେମ ପାଇଁ ମନାଇବା ସହିତ ବିବାହ ପାଇଁ ମଧ୍ୟ ରାଜି କରାଇଥିଲେ l ଝିଅଟିର ପରିବାର ଲୋକେ କେସ କରିବା ପରେ ବର୍ତ୍ତମାନ ଏହା ବ୍ରିଟେନରେ ଗୋଟିଏ ବଡ଼ ରୂପ ନେଇଛି l

Leave A Reply