Odisha news

ଦୃଢ ଇଛା ଶକ୍ତି ପାଖରେ ହାର ମାନିଛି ଶିକ୍ଷା , ନିଜସ୍ୱ ଜ୍ଞାନ କୌଶଳରେ ଉଦ୍ଭାବନ କଲେ ଫୂଲବଡି ସୟଂ ଚାଳିତ ସାନିଟାଇଜର

0

ବାସୁଦେବପୁର : ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁନା କାହିଁକି । ନିଜର ଦୃଢ ଇଛା ଶକ୍ତି ଓ ମନୋବଳ ପାଖରେ ବେଳେ ବେଳେ ଶିକ୍ଷା ହାର ମାନିଥାଏ । ଯାହା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାର ସାବରପୁର ବେଲଆଡି ବସ୍ତିରେ ସେଖ୍‍ ସକିଲ (୨୭ ବର୍ଷ) ଓ ତାଙ୍କର ସହଯୋଗୀ ସେଖ୍‍ ତାଜୁଦ୍ଧିନ୍‍ (୨୪ ବର୍ଷ ) । କରୋନା ମହାମାରୀର ମୁକାବିଲା କରିବା ପାଇଁ ନିଜସ୍ୱ ଜ୍ଞାନ କୌଶଳରେ ସମାଜକୁ ସଚେତନ ଓ ସତର୍କ ପାଇଁ ଏକ ଫୂଲ ବଡି ସ୍ୱୟଂ ଚାଳିତ ସାନିଟାଇଜ୍‍ର ମେସିନ୍‍ ତିଆରି କରିଛନ୍ତି । ସମଗ୍ର ବିଶ୍ୱ କରୋନା ମହାମାରୀ ଭୂୂତାଣୁ ମହାମାରୀ ସଂକ୍ରମଣକୁ ମୁକାବିଲା କରିବା ପାଇଁ କୌଣସି ଉପାୟ ବାହାର କରିବାରେ ବଡ ବଡ ବୈଜ୍ଞାନିକ ହାର ମାନୁଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଲକ୍‍ ଡାଉନ୍‍ ଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରି ଘରେ ରହି ସାବୁନ୍‍ରେ ହାତ ଧୂଇବାକୁ ପରାମର୍ଶ ଦେଉଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ କରୋନା ଭୂତାଣୁ ସହିତ ଲଢେଇ ଚାଲିଛି । ହଜାର ହଜାର ଯୋଦ୍ଧା ସାମିଲ ହୋଇଛନ୍ତି । ବାହାରେ ବୁଲୁଥିବା ବେଳେ ହେଉ କି ସରକାରୀ ଓ ବେସରକାରୀ ଅଫିସ୍‍ରେ କାର୍ଯ୍ୟ କରୁଥିବା ବେଳେ ସଂକ୍ରମଣକୁ ରୋକିବାକୁ ହେଲେ ଏମିତି ଏକ ଫୂଲ ବଡି ସାନିଟାଇଜର୍‍ ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୂତନ ଭାବେ ଉଦ୍‍ଭାବନ କରିଥିବା ସେଖ୍‍ ସକିଲ । ବୟସ ମାତ୍ର ୨୭ ବର୍ଷ । ଶିକ୍ଷା କହିଲେ ମ୍ୟାଟ୍ରିକ ପାସ ପରେ ଶିକ୍ଷାରେ ଡୋରି ବନ୍ଧି ଦେଇଥିଲେ । ଗାଁରୁ ସହର ବୁଲି ବୁଲି ଇଲେଟ୍ରି କାମ କରି ଜୀବିକା ନିର୍ବାହ କରନ୍ତି । ଏହି ଲକ୍‍ ଡାଉନ୍‍ ସମୟରେ କାମ ବନ୍ଦ ହୋଇ ଯିବାରୁ ବସି ବସି ଖିଆଲି ମନରେ ଅଭୁତ ଚିନ୍ତାଧାରା ସୃଷ୍ଟି ହେଲା । ଭଙ୍ଗା ଟୁକୁରା ସାମଗ୍ରୀକୁ ଏକତ୍ରିତ କରି ଆରମ୍ଭ କଲେ ନିଜ ବିଜ୍ଞାନଗାରର ନୂତନ ଉଦ୍‍ଭାବନାର ସମ୍ଭାବନାର କଳ୍ପନାକୁ ବାସ୍ତବ ଚିତର କାଟିବାକୁ ଲାଗି ପଡିଥିଲେ । କେତୋଟି ପାଇପ୍‍,ଟର୍ଚ୍ଚ ଲାଇଟ୍‍,ସେନ୍ସର୍‍,ମୋଟର ଆଦି କିଛି ସମାଗ୍ରୀକୁ ନେଇ ମନର ପରିଳକନାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ଏଥିପାଇଁ ପ୍ରାୟ ସାତ ଦିନ ସମୟ ଲାଗିଥିଲା । ଏହି ଘର ମଧ୍ୟରେ ଥରେ ପସି ଯାଇ ଲାଗିଥିବା ଏକ ସେନ୍ସର ଆଗରେ ହାତ ଦେଖାଇ ଦେଲେ ଦେହର ସବୁ ଅଂଶରେ ବିଶୋଧନ ପାଣି ସିଞ୍ଚିନ ହେବ । ଜଣେ ଲୋକ ରୋଗୀ ଠାରୁ ଯଦି କିଛି ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଥିବ ଏହି ଲିକୁଟି ମିଶା ପାଣି ସିଞ୍ଚନ ଦ୍ୱାରା ଜୀବାଣୁକୁ ନିହତ କରାଯାଇ ପାରିବ । ଏହି କାର୍ଯ୍ୟରେ କରିବାରେ ସେଖ୍‍ ସକିଲଙ୍କୁ ତାଙ୍କର ସାଙ୍ଗ ସେଖ୍‍ ତାଜୁଦ୍ଧିନ ସହଯୋଗ କରିଥିଲେ । ଏହାକୁ ସ୍ଥାନୀୟ ଗ୍ରାମବାସୀମାନେ ସ୍ୱାଗତ କରିଛନ୍ତି । ପ୍ରାଥମିକ ଭାବେ ଆରମ୍ଭ ହୋଇଥିବା ମେସିନ୍‍ଟିକୁ ବୈଷୟିକ ଦୃଷ୍ଟି କୋଣରୁ ଆଉ ଟିକେ ଉନ୍ନତିକରଣ କରି ବ୍ରବହାର କରିବା ପାଇଁ ଯୋଜନା କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କ ଅନୁମତି କ୍ରମେ ବାସୁଦେବପୁର ଡାକ୍ତରଖାନାକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Leave A Reply