Odisha news

ଏହିସବୁ ଖରାପ୍ ଅଭ୍ୟାସ ଯୋଗୁଁ ବଢ଼ି ଯାଇଥାଏ ଷ୍ଟ୍ରୋକ ସମସ୍ୟା , ଚେଷ୍ଟା କଲେ ଏହିପରି ଭାବରେ ନିଜକୁ ରକ୍ଷା କରି ପାରିବେ

ଖରାପ୍ ଅଭ୍ୟାସ ଓ ଖରାପ୍ ଦୀନଚର୍ଯ୍ୟା ଯୋଗୁଁ ଆଜିକାଲି ପ୍ରାୟ ସମସ୍ତେ କିଛି ନା କିଛି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ଗୁଡ଼ିକ ମଧ୍ୟରୁ ମଧୁମେହ , ରକ୍ତଚାପ ଓ ମୋଟାପା ମୁଖ୍ୟ ଅଟେ । ତା ସହିତ ଖରାପ୍ ଅଭ୍ୟାସ କାରଣରୁ ମଧ୍ୟ ଷ୍ଟ୍ରୋକ୍ ସମସ୍ୟା ଦେଖା ଦେଇଥାଏ । ମସ୍ତିଷ୍କ ରେ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା କାରଣରୁ ପର୍ଯ୍ୟାପ୍ତ ମାତ୍ରାରେ ଆକ୍ସି ଜେନ୍ ମିଳିପାରି ନଥାଏ । ଯେଉଁ କାରଣରୁ ମସ୍ତିଷ୍କ କୁ ଠିକ୍ ରେ ପୋଷଣ ମିଳିପାରେ ନାହିଁ । ଏହା ବ୍ରେନ୍ ଷ୍ଟ୍ରୋକ ଦେଖା ଦେଇଥାଏ ।
* ନିଶା ସେବନ – ଅନେକ ଗୁଡ଼ିଏ ଗବେଷଣା ରୁ ଜଣା ପଡ଼ିଛି ଯେ ମଦ୍ୟପାନ କାରଣରୁ ସ୍ବାସ୍ଥ୍ୟ ପକ୍ଷରେ ଲାଭ ଦାୟକ ହୋଇଥାଏ । କିନ୍ତୁ ଅତ୍ୟାଧିକ ମଦ୍ୟପାନ ଉଭୟ ବ୍ରେନ୍ ଷ୍ଟ୍ରୋକ ଓ ହାର୍ଟ ଷ୍ଟ୍ରୋକ ର କାରଣ ହୋଇଥାଏ ।
* ଧୁମ୍ରପାନ – ଧୁମ୍ରପାନ ଉଭୟ ବ୍ରେନ୍ ଓ ହାର୍ଟ ପାଇଁ କ୍ଷତିକାରକ ଅଟେ । ତେଣୁ ଏଥିରୁ ନିଜକୁ ନିବୃତ ରଖିବା ଆବଶ୍ୟକ । କାରଣ ଧୁମ୍ରପାନ ଦ୍ଵାରା ଉଭୟ ଷ୍ଟ୍ରୋକ ର ସମ୍ଭାବନା ବଢ଼ି ଯାଇଥାଏ ।
* ବ୍ୟାୟାମ ନ କରିବା – ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । କାରଣ ଆମେ ଯେତେ ଅଧିକ ବସି ରହିବା ଏହା ଆମ ଶରୀର ଉପରେ ସେତେ ଖରାପ୍ ପ୍ରଭାବ ପକାଇବ । ତେଣୁ ନିୟମିତ ଭାବରେ ବ୍ୟାୟାମ କରିବା ଓ ଚାଲିବା ଜରୁରୀ ଅଟେ । ଏହା ଆମ ଶରୀରର ଅକ୍ସିଯେନ ସ୍ତର ଉପରେ ପ୍ରଭାବ ପକାଇ ଥାଏ ।
* ସୁଷମ ଖାଦ୍ୟ – ଶରୀର କୁ ସୁଷମ ଖାଦ୍ୟ ର ଖୁବ୍ ଆବଶ୍ୟକତା ରହିଛି । ତେଣୁ ନିୟମିତ ଭାବରେ ସବୁଜ ପନିପରିବା ଓ ଫଳମୂଳ ଖାଇବା ନିହାତି ଜରୁରୀ ଅଟେ । ତା ସହିତ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ।
Shares