Odisha news

ଅଜବ ବିବାହର ଗଜବ କାହାଣୀ : ୮୦ ବର୍ଷୀୟ ବରକୁ ୨୯ ବର୍ଷୀୟା କନ୍ୟା

ନୂଆଦିଲ୍ଲୀ : କୁହାଯାଏ ଯେ ଯେତେବେଳେ କାହାକୁ ପ୍ରେମ ହୋଇଥାଏ ତାହା ପୁଣି ଅନାବିଳ ପ୍ରେମ କେବେବି ସେହି ପ୍ରେମ ବୟସ ,ଧନ ଦୌଲତ ,ଜାତି ଅଜାତି ,ଗାଡି ବଙ୍ଗଳା ଇତ୍ୟାଦି ଦେଖି ନଥାଏ l ତାହା କେବଳ ବ୍ୟକ୍ତିର ହୃଦୟ ଓ ବ୍ୟବହାରକୁ ଦେଖିଥାଅ l ମଣିଷ ପ୍ରେମ ଓ ସ୍ନେହର ଭାବନା ଦ୍ୱାରା ଏପରି କିଛି କରିଥାଏ ଯାହା ଆମ ସମାଜରେ ଅନ୍ୟ ମାନଙ୍କ ପାଇଁ ଗୋଟିଏ ଦୃଷ୍ଟାନ୍ତ ହୋଇଯାଏ l ନିକଟରେ କିଛି ଏହିଭଳି ଘଟିଥିଲା ଦକ୍ଷିଣ ଆଫ୍ରିକାର କେପ ଟାଉନ ସହରରେ ,ଯେଉଁଠାରେ ଜଣେ ୨୯ ବର୍ଷୀୟା ଛାତ୍ରୀ ପ୍ରେମରେ ପଡି ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିଛନ୍ତି l ଯେବେକି ଉଭୟଙ୍କ ବୟସର ବ୍ୟବଧାନ ପାଖାପାଖି ୫୧ ବର୍ଷ ଅଟେ l ବ୍ୟକ୍ତି ଜଣଙ୍କ ର ନାମ ହେଉଛି ଉଇଲସ  ରାସମୂସ ଓ କନ୍ୟା ଜଣଙ୍କର ନାମ ହେଉଛି ତେର ଜେଲ ରାସମୂସ l

ତେର ଜେଲ କହିଛନ୍ତି ତାଙ୍କର ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ୨୦୧୬ ରେ ଯେତେବେଳେ ସେହି ଦୁଇଜଣ ଗୋଟିଏ ସ୍ଥାନୀୟ ଖବର କାଗଜ କାର୍ଯ୍ୟ କ୍ରମରେ ପହଂଚିଥିଲେ l ଉଭୟ ଉଭୟଙ୍କୁ ପ୍ରଥମ ଦେଖାରେ ମନ ଦେଇ ବସିଥିଲେ l ଏହି ପ୍ରେମ ସମ୍ପର୍କରେ ଯେଉଁଠି ଉଇଲସଙ୍କୁ ବାର୍ଦ୍ଧକ୍ୟରେ ଦେଖା ଚାହାଁ କରିବା ପାଇଁ ଜଣେ ଯୁବତୀ ଶ୍ରୀ ମିଳିଗଲା ,ତେର ଜେଲଙ୍କୁ ମଧ୍ୟ ଜଣେ ବୁଦ୍ଧିମାନ ସ୍ୱାମୀ ମିଳିଗଲା ଯିଏକି ତାଙ୍କ ଜୀବନର ସମସ୍ତ ଅନୁଭବକୁ ବୁଝି ପାରୁଥିବ l ସାଧାରଣତଃ ପିତା ମାତା ଏହି ସମ୍ପର୍କକୁ ଗ୍ରହଣ କରିପାରି ନଥାନ୍ତି ,କିନ୍ତୁ ତେର ଜେଲନ୍କ ପିତାମାତା ଏହି ବିବାହ କୁ ସ୍ୱୀକାର କରିଛନ୍ତି l ଏହି ବିବାହରେ ଉଇଲସଙ୍କର ୫୬ ବର୍ଷୀୟା ଝିଅ ମଧ୍ୟ ଉପସ୍ଥିତ ଥିଲା l ବର୍ତ୍ତମାନ ଏହି ଦମ୍ପତି ଏକ ସାଙ୍ଗରେ ଖୁବ ଖୁସିରେ ଅଛନ୍ତି ଓ ଉଇଲସ ତେର ଜେଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ଯାହା ଦ୍ୱାରା ସେ ନିଜର ପାଠପଢା ସମ୍ପୂର୍ଣ୍ଣ କରି ପାରିବେ l

ତେର ଜେଲ କହିଛନ୍ତି ସେ ନିଜର ବୈବାହିକ ଜୀବନକୁ ନେଇ ଖୁବ ଖୁସିରେ ଅଛନ୍ତି ଏବଂ ତାଙ୍କ ସ୍ୱାମୀ ତାଙ୍କର ଖୁବ ଯତ୍ନ ନେଉଛନ୍ତି l ଖବର କାଗଜର କାର୍ଯ୍ୟ କ୍ରମରେ ପ୍ରଥମ ଥର ପାଇଁ ଉଭୟଙ୍କର ଦେଖା ହୋଇଥିଲା ,ଉଇଲସ ଏହି କାର୍ଯ୍ୟ କ୍ରମରେ ତେର ଜେଲଙ୍କ ନିକଟରେ ବସି କଥା ହୋଇଥିଲେ ,ଯାହା ଦ୍ୱାରା ତେର ଜେଲ ତାଙ୍କ ଆଡକୁ ପ୍ରଭାବିତ ହୋଇଥିଲେ l ଉଭୟଙ୍କର ସାକ୍ଷାତର ତିନିମାସ ପରେ ବିବାହ ହୋଇଥିଲା l ଉଇଲସଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ୨୦୦୨ ରେ ହୋଇଥିଲା l ଆଜିକାଲି ଦୁନିଆରେ ଏତେ ବୟସ ପାର୍ଥକ୍ୟରେ ବିବାହ କରିଥିବା ଦମ୍ପତି ଆଜିକାଲିର ଯୁଗ ପାଇଁ ଏକ ପ୍ରେରଣା l

Comments are closed.