Odisha news

ଆଜିର ସମୟରେ ଅନୁବାଦ ସାହିତ୍ୟ : ଅନ୍ତର୍ଜାତୀୟ ଅନୁବାଦ ଦିବସ ସେପ୍ଟେମ୍ବର ୩୦

0

ଅଲେଖ ଚନ୍ଦ୍ର ସାମଲ, ଓଏଫ୍ଏସ୍ -୧(ଏସ୍ବି) : ସନ୍ଥ ଜେରୋମ୍ଙ୍କ ସ୍ମୃତିରେ ପ୍ରତିବର୍ଷ ସେପ୍ଟେମ୍ବର ୩୦ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଅନୁବାଦ ଦିବସ । ହିବ୍ରୁ ବାଇବେଲ୍କୁ ଲାଟିନ ଭାଷାରେ ଅନୁବାଦ କରି ଜୋରେମ୍ ସନ୍ଥ ଅନୁବାଦକ ପାଲଟି ଯାଇଥିଲେ । ସେପ୍ଟେମ୍ବର ୩୦ରେ ତାଙ୍କର ପରଲୋକ ହୋଇଥିବାରୁ ତାଙ୍କରି ସ୍ମୃତିରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳନ କରାଯାଉଛି । ଅନୁବାଦକ, ଛାତ୍ରଛାତ୍ରୀ, ପ୍ରକାଶକ, ପୁସ୍ତକ ବିକ୍ରେତା, ଅଭିଲେଖାଗାର ଅଧ୍ୟକ୍ଷ, ବୃ୍ଗ୍ ଲେଖକ ଓ ସମୀକ୍ଷକମାନଙ୍କ ପାଇଁ ଏହା ଏକ ସୁଯୋଗ । ଏ ଅବସରରେ ସେମାନେ ଏକତ୍ର ହୋଇ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ବିକାଶ ଉପରେ ଆଲୋଚନା କରନ୍ତି ।

ଏ କ୍ଷେତ୍ରରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଉପରେ ଆଲୋଚନା ସହିତ ଏହି ଦିବସର ସଫଳତାକୁ ହର୍ଷୋଲ୍ଲାସରେ ପାଳନ କରନ୍ତି । ଚଳିତ ବର୍ଷ ଏହି ଦିବସ ଅବସରରେ ଓଡ଼ିଆ ଅନୁବାଦ ଲେଖକଙ୍କ ଉପରେ ସେମିନାର, ବହୁଭାଷାବାଦ, ଉଚ୍ଚ ଶିକ୍ଷାରେ ଅନୁବାଦର ସ୍ଥିତି, ପ୍ରକାଶନର ବିକଳ୍ପ ପନ୍ଥା ଏବଂ ମଞ୍ଚ ପାଇଁ ଅନୁବାଦ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେତିକି ନୁହେଁ, ଅନୁବାଦ ସାହିତ୍ୟ ପ୍ରକାଶନ ପୂର୍ବରୁ କେଉଁଟି କାମ କରୁଛି ଓ କେଉଁଟି ନୁହେଁ, ସେ କ୍ଷେତ୍ରରେ ଲେକଙ୍କଠୁ ପାଠକ/ପାଠିକାଙ୍କ ପର୍ଯ୍ୟନ୍ତ ଶୃଙ୍ଖଳାର ସବିଶେଷ ଯାଞ୍ଚ ମଧ୍ୟ କରାଯାଏ ।

ଆଜିର ସମୟରେ ଅନୁବାଦ ସାହିତ୍ୟର ଗୁରୁତ୍ୱ ଓ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ସମଗ୍ର ବିଶ୍ୱରେ ଗୋଟିଏ ଦେଶର ଶ୍ରେଷ୍ଠ ସାହିତ୍ୟକୃତି ବା ଜଣେ ବିଶିଷ୍ଟ ସାାରସ୍ୱତ ସାଧକଙ୍କ ସୃଜନ ସାହିତ୍ୟ ବିଶ୍ୱର ବିଭିନ୍ନ ଭାଷାରେ ଅନୁବାଦ ହେବା ଦ୍ୱାରା ସମଗ୍ର ବିଶ୍ୱରେ ଏହା ପାଠକୀୟ ଆଦୃତି ପାଇବା ସହ ଲୋକମାନଙ୍କ ଭିତରେ ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହ ଓ ଶ୍ରଦ୍ଧା ବଢ଼ୁଛି । ସମଗ୍ର ଭାରତରେ ଅନୁବାଦ ସାହିତ୍ୟର ଅତୁଳନୀୟ ଗୁରୁତ୍ୱ ମଧ୍ୟ ବଢ଼ୁଛି । ଭାରତୀୟ ଭାଷାରେ ଇଂରାଜୀ ହେଉ ବା ହିନ୍ଦୀ, ସଂସ୍କୃତ ହେଉ ବା ବେଙ୍ଗଲୀ ଏପରିକି ଅନେକ ଓଡ଼ିଆ କାଳଜୟୀ ସାହିତ୍ୟ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଅନୁବାଦ ହୋଇ ଏହା ପାଠକଙ୍କ ପାଖରେ ତାର ଅତୁଟ ଶ୍ରଦ୍ଧା ଓ ଆଗ୍ରହ ରକ୍ଷା କରିପାରିଛି ।

ଅନେକ ଓଡ଼ିଆ ସାହିତ୍ୟ ହିନ୍ଦୀ ଓ ଇଂରାଜୀରେ ଅନୁବାଦ ହୋଇ ଏହା ଲୋକଲୋଚନକୁ ଯିବା ଦ୍ୱାରା ଏହି ପୁସ୍ତକ ଓ ତାର ଲେଖକଙ୍କ ଉପରେ ଆଗ୍ରହୀ ପାଠକମାନେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି । ଅନୁବାଦ ସାହିତ୍ୟ ଦ୍ୱାରା ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀ ଓ ଗବେଷକମାନେ ନିଜ ମେଧା ଯୋଗ୍ୟତାକୁ ବଢ଼ାଇବା ପାଇଁ ସକ୍ଷମ ହେଉଛନ୍ତି । ପୌରାଣିକ ପୁସ୍ତକ ହେଉ ବା କ୍ରୀଡ଼ାଧର୍ମୀ, ରାଜନୀତି ହେଉ ବା ସାହିତ୍ୟ ଆଲୋଚନା ସବୁକିଛି ଆଜି ଅନୁବାଦିତ ହୋଇ ପାଠକମାନଙ୍କ ପାଖରେ ପହଞ୍ଚô ସେମାନଙ୍କ ସୃଜନ ସାହିତ୍ୟ ସାଧନାକୁ ପରିବ୍ୟାପ୍ତ କରିବାରେ ସକ୍ଷମ ହେଉଛି ।

Nalco
Leave A Reply