ଭଦ୍ରକ :ରାଜ୍ୟର କେତେକ ପଞ୍ଚାୟତ କ୍ୱାରେନଟାଇନ ସେଣ୍ଟରରେ ଖାଦ୍ୟପେୟ ଓ ରହଣୀ ବ୍ୟବସ୍ଥାରେ ଅବ୍ୟବସ୍ଥାକୁ ନେଇ ଅନ୍ତେବାସୀଙ୍କ ସ୍ୱର ଉତ୍ତୋଳନ ସହ ବିଶୃଙ୍ଖଳାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ହେବା ପରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା (ନଂ-୮୦୯୧)ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାପାଳ ଓ ପିଡି, ଡିଆରଡିଏ ମାନଙ୍କୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାପାଳ ଓ ପିଡି, ଡିଆରଡିଏଙ୍କୁ ମଧ୍ୟ ଆଜି ଏହି ନିର୍ଦ୍ଦେଶନାମା ଆସିଛି ।
ବିଶେଷ କରି ପଞ୍ଚାୟତ ଗୁଡିକର ଟି.ଏମ୍.ସି ଗୁଡିକରେ ୧୪ଦିନ ପାଇଁ ରହିବାକୁ ଥିବା ଅନ୍ତେବାସୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲଞ୍ଚ, ଡିନର, ସ୍ନାକ୍ସ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଏକ ନିର୍ଦ୍ଦେଶନାମା ….ଠି ନଂ-୨୩୩୨/୨୭.୪.୨୦ ଜାରି କରିଥିଲେ । ଏହି ନିର୍ଦ୍ଦେଶନାମାକୁ ପଞ୍ଚାୟତରାଜ ବିଭାଗ କାର୍ଯ୍ୟକାରୀ କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ (ନଂ-୭୮୫୧/୨୮.୪.୨୦ନିର୍ଦ୍ଦେଶ ଦେଇଥିଲେ । ତେବେ ଅନ୍ତେବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ସକାଶେ ସିଡିଏମ୍ ଓ ପିଏସ୍ଙ୍କ ସହ ପରାମର୍ଶକ୍ରମେ ଖାଦ୍ୟପେୟ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ସାପ୍ତାହିକ ଫୁଡ୍ ମେନୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଆସିଛି । ଏହି ସାପ୍ତାହିକ ଫୁଡ ମେନୁ କ୍ୱାରେନଟାଇନ ସେଣ୍ଟରର ଅନ୍ତେବାସୀଙ୍କୁ ପ୍ରଦର୍ଶନ କରାଇ ସେ‘ତନ କରାଇବାକୁ କୁହାଯାଇଛି ।
ଏହି ଫୁଡମେନୁରେ ଲୋକାଲ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତ ଫୁଡମେନୁ ଭଳି ଜିଲ୍ଳାରେ ଅନୁରୂପ ଭାବେ ଦିଆଯିବକୁ କୁହାଯାଇଛି । ଏହାବ୍ୟତୀତ କ୍ୱାରେନଟାଇନ ସେଣ୍ଟର ଗୃହ, ପରିବେଶ, ରୋଷେଇଘର, ଟଏଲେଟ ଓ ବାଥରୁମ୍ ଦୈନିକ ୩ଥର ସଫା କରାଯିବ । ଏସମ୍ପର୍କରେ ଜିପି ନୋଡାଲ ଅଫିସରମାନେ ଉତ୍ତରଦାୟୀ ରହିବେ ।
ଅନ୍ୟପକ୍ଷରେ ଟିଏମ୍ସି ଗୁଡିକର ସୁରକ୍ଷା ଦାୟିତ୍ୱରେ ଥିବା ଗ୍ରାମରକ୍ଷୀ କିମ୍ବା ବେସରକାରୀ ସୁରକ୍ଷା କର୍ମ‘ାରୀମାନଙ୍କ ଡ୍ୟìଟି କରିବା ନେଇ ଏକ ରେଜିଷ୍ଟରରେ ଲିପିବଦ୍ଧ କରାଯିବ । ଏହି ନିର୍ଦ୍ଦେଶନାମା ଗୁଡିକୁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଫର୍ମାଟ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି । ଏହାକୁ କାର୍ଯ୍ୟକାରୀ କରି ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି ।