ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। କ୍ୟାବିନେଟ୍ର ଏଜେଣ୍ଡା ଜଣାପଡ଼ି ନଥିଲା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇନି। ତେବେ ସୁତ୍ର ମୁତାବକ ଆସନ୍ତାକାଲି ଦିନ ୯ଟା ବେଳେ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବନି।