ମୁମ୍ବାଇ: ଜମାକାରୀଙ୍କ ଲାଗି ଦୁଃସମ୍ବାଦ । ଭାରତୀୟ ଷ୍ଟେଟ ବ୍ୟାଙ୍କ ସବୁ ପ୍ରକାର
ସଂଚୟ ଜମା ଖାତାରେ ସୁଧହାର ୩ ପ୍ରତିଶତକୁ ହ ୍ରାସ କରିଛି । ଏହାଦ୍ୱାରା ପ୍ରାୟ ୪୪.୫୧ କୋଟି ଗ୍ରାହକ କ୍ଷତିଗ୍ରସ୍ତ ହେବେ । କିନ୍ତୁଋଣ ଉପରେ ସୁଧହାର ୧୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ ୍ରାସ କରାଯାଇଛି । ଫଳରେ ଗୃହ ଓ ଯାନବାହାନ ଋଣ ଶସ୍ତା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଆକାଉଣ୍ଟ ଲାଗି ଉଦ୍ଦିଷ୍ଟ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ପ୍ରତ୍ୟାହାର କରାଯାଇଛି । ସାଂପ୍ରତିକ ବ୍ୟବସ୍ଥା ଅନୁଯାୟୀ, ସହରାଞ୍ଚଳ ଗ୍ରାହକମାନେ ସଞ୍ଚୟ ଖାତାରେ ସର୍ବନିମ୍ନ ୩ ହଜାର ଟଙ୍କା, ଅର୍ଦ୍ଧସହରାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୧ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ ।
Prev Post
Next Post