Odisha news

ଭୋକ ଭାଙ୍ଗିଦେଲା ସମସ୍ତ ଲକଡାଉନ ନିୟମ ମୁଠାଏ ଦାନା ପାଇଁ ୨୯ ପରିବାର ଅତିକ୍ରମକଲେ ୯ କିଲୋମିଟର ପାହାଡ଼

0

ରାୟଗଡା,୧୪ ।୪.Rabindra patkhandal :- ଭୋଗ ଭାଙ୍ଗିଦେଲା ସମସ୍ତ ଲକଡାଉନ ନିୟମ ମୁଠାଏ ଦାନା ପାଇଁ ଅତିକ୍ରମକଲେ ୯ କିଲୋମିଟର ପାହାଡ଼ । ଭୋକ ଆଗରେ ହାରିଗଲେ ୨୯ ପରିବାର ସମସ୍ତ ଲକଡ଼ାଉନ ବା ସାମାଜିକ ଦୂରତା ଭୋଳି ବିଧିବିଧାନକୁ ପଛରେ ପକାଇ ପେଟର ଜ୍ୱାଳା ମେଣ୍ଟାଇବାକୁ କରୋନା ଭଳି ଭୟାବହ ଭୂତାଣୁକୁ ଖାତିର ନକରି ଦୁର୍ଗମ ଗାଁର ଲୋକେ ବାହାରିପଡିଲେ ଖାଦ୍ୟ ସନ୍ଧାନରେ । ଗାଁ ମୁଣ୍ଡରେ ଆଣି ଚାଉଳ ଯୋଗାଇ ଦେବାର ବ୍ୟବସ୍ଥକୁ କେନ୍ଦ୍ର ଓ ରାଜ୍ୟ ସରକାର ତୁହାକୁ ତୁହା କହୁଥିବା ବେଳେ ଅଧିକାରୀଙ୍କ ଅପାରଗତା ଯୋଗୁଁ ଗାଁଲୋକ ଯାଇ ପହଞ୍ଚିଲେ କୌଳାସପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ।


କୋରନା ଆଣିଦେଇଛି ଜୀବନ ମରଣର ସଘଂର୍ଷ । ଗୋଟିଏ ପଟେ ଜୀବନ । ଗୋଟିଏ ପଟେ ପେଟରେ ଭୋକର ଜ୍ୱାଳା । କହିବାକୂ ଗଲେ ଗୋଟିଏ ପଟେ ନିଆଁ ଗୋଟିଏ ପଟେ ପାଣି ଏପରି ଘଡିସନ୍ଧି ମୁହୁତ୍ୱରେ ରାୟଗଡ଼ା ଜିଲା କୋଲନରା ବ୍ଲକର ଅତ୍ରଡ଼ା ଗାଁମର ୨୯ଟି ପରିବାର ଜୀବନ ଯାପନ କରୁଛନ୍ତି । ବିପତି ଜେତେ ବଡ଼ ହେଉନା କାହିଁ ରାତି ପାଇଲେ ଭୋକ ଲାଗେ ଏହି ପାହାଡ଼ିଆ ମାନେ ଦିନ ଦିନଧରି ହୃଦୟଙ୍ଗମ କରିବାପରେ ସମସ୍ତ ବିଧି ବ୍ୟବସ୍ଥାକୁ ପଛରେ ପକାଇ ବାହାରି ପଡ଼ିଲେ ଖାଦ୍ୟ ସନ୍ଧାନରେ ।ୂୂ ଘରୁ ନବାହାରିବାକୁ ପଣ କରି ଗାଁ ମୁଣ୍ଡରେ ବାଡବାନ୍ଧି ଗତ ୨୦ଦିନ ଧରି ବସିରହିଥିବା ଅତ୍ରଡା ଗ୍ରାମବାସୀ ମୁଠାଏ ଦାନା ପାଇବା ପାଇଁ ପାହାଡ ଶିଖରୁ ପୁଣି ଚାରୋଟି ପାହାଡ଼ ଦେଇ କେଉଁଠି ଗୁରୁଣ୍ଡି ଗୁରୁଣ୍ଡି ତ କେଉଁଠି ବସିଉଠି ବନ୍ୟଜନ୍ତୁ ଖାତିରି ନକରି ଦିର୍ଘ ୯ କିଲୋମିଟର ଚାଲିଚାଲି କୌଳାସପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିବା ଦୃଶ୍ୟ ଜିଲାରେ ଆଲୋଡନ ସୃଷ୍ଟି କରିଛି ।

କୋରନାକୁ ଏଡାଇବା ସକାଶେ ସାମଜିକ ଦୂରତା ରକ୍ଷା କରିବା ଏବଂ ନିଜକୁ ନିଜେ ଗୃହବନ୍ଦି କରି ରଖିବା ଏକମାତ୍ର ପନ୍ଥା । କିନ୍ତୁ ପଡି ଚାଉଳ ପାଇବା ପାଇଁ ଗାଁରୁ ଗୋଡ କଢ଼ିବାକୁ ବାଧ୍ୟ ହୋଇଛନ୍ତି । ଗାଁ ମୁଣ୍ଡରେ ଚାଉଳ ଯୋଗାଇବା ସକାଶେ ସମସ୍ତ ଯୋଜନାର ପରିକଳ୍ପନା । ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡା ନିଦେ୍ର୍ଦଶ । ଜିଲା ସ୍ତରରେ ତୁହାକୁ ତୁହା ରୁଦ୍ଧ କୋଠରୀ ବୌଠକ । କିନ୍ତୁ କ୍ଷେତ୍ରରେ ଲକଡାଉନର କରୁଣ ଚିତ୍ର ଦେଖିବାକୁ ମିଳୁଛି । ଲକଡ଼ାଉନର ୧୯ ଦିନର କଥା ଦିନଥିଲା ରବିବାର ୧୨ ତାରିଖ ସକାଳୁ ୮ଘଣ୍ଟା ସମୟରେ ଖବର ଆସି ଗଣମାଧ୍ୟମ ପାଖରେ ପହଞ୍ଚିଲା ପଡ଼ି ଚାଉଳ ପାଇଁ ପାହାଡ଼ ଶିଖରେ ମାଳମାଳ ହୋଇ ଲୋକେ ଚାଲିଛନ୍ତି ।

ତେବେ ସାରା ଭାରତ ବର୍ଷରେ ନିଶ୍ଚବ୍ଦତା ଛାୟୀ ଯାଇଥିବା ବେଳେ ଘରେ ଘରେ ଲକଡ଼ାଉନକୁ ଦୃଡତାର ସହ ପାଳନ କରାଯାଉ ଥିବାବେଳେ କେଉଁ ପରିସ୍ଥିତିରେ ଏହି ପାହାଡ଼ିଆ ମାନେ ନିଜେ ନେଇଥିବା ନିଷ୍ପତିକୁ ଭଙ୍ଗିଛନ୍ତି । ପଚାରିବା ବେଳେ ଜଣା ପଡ଼ିଲା ଯେ ଦୁଇଦିନ ତଳେ ସେହି ଗାଁକୁ ଯାଇ କୋଲନରା ଗୋଷ୍ଠିଉନ୍ନୟନ ଅଧିକାରୀ ଘରଘରକୁ ବୁଲି ଶ୍ରମିକଙ୍କୁ ଟଙ୍କା ବାଣ୍ଟିଆସିଥିଲେ । ଆସିବା ରାସ୍ତାରେ କହି ଆସିଥିଲେ ଯେ ଗାଁ ମୁଣ୍ଡକୁ ଆଣି ଚାଉଳ ବଣ୍ଟାଯିବ ଏହା ସରକାଙ୍କ ନିଦେ୍ର୍ଧଶ ରହିଛି ଲକଡ଼ାଉନ ଭାଙ୍ଗିମ ନାହିଁ ବୋଲି କହିଛନ୍ତି ସେହି ଗ୍ରାମର ଆଲୁମତି ମାଙ୍ଗାଣ୍ଡି । କିନ୍ତୁ ଦିନ ଗଡ଼ିଲା ଚାଉଳ ମିଳିଲା ନାହିଁ ।

ସନ୍ଧ୍ୟା ସମୟରେ ଅତ୍ରଡ଼ା ଗ୍ରାମକୁ ଯାଇ କୌଳାସପୁର ପଞ୍ଚାୟତ ଅଧିକାରୀ କହିଥିଲେ ଆସନ୍ତା କାଲି ସକାଳୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ତିନି ମାସର ପିଡ଼ିଏସ ଚାଉଳ ନେଇଯାଅ ଗାଁକୁ ଆସି ଦେବା ଅସମ୍ବବ ବୋଲି ଗ୍ରାମ ବାସୀଙ୍କୁ ରୋକ ଠୋକ କହିଥିଲେ ବୋଲି ଆପ୍ପାରାଓ ତିଲାକା ଏବଂ ଚନ୍ଦ୍ରାବତୀ ମାଣ୍ଡାଙ୍ଗି ଗଣମାଧ୍ୟମ ଆଗରେ କହିଛନ୍ତି । ଏହି ବିଷୟରେ ଉପ ଜିଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଆମେ ସମସ୍ତ ବିଡ଼ିଓଙ୍କୁ କହିଛୁ ପ୍ରତି ଗାଁରେ ଚାଉଳ ଯୋଗାଇ ଦିଆଯିବ । ଗ୍ରାମବାସୀ ଚାଉଳ ନେବା ସମୟରେ ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।ଏହି ପରି ଘଟଣା ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲୁ ଯଦିଓ ଏମିତି ଘଟଣା ଘଟିଛି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply