ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍ସ୍’ ଉପରେ ଗୋଲ୍ଟେବୁଲ ବୈଠକ ଆୟୋଜିତ
ଷ୍ଟାର୍ଟଅପ୍ଗୁଡିକୁ ସଶକ୍ତ ଓ ସମର୍ଥନ କରିବା ପାଇଁ ଶିଳ୍ପଗୁଡିକୁ ଆବେଦନ କରିଛନ୍ତି ବିଶେଷଜ୍ଞ
ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍) ସହ ସହଭାଗିତାରେ ଏକ ଉଲ୍ଲେଖନୀୟ ବିଷୟବସ୍ତୁ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍ସ’ ସହିତ ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ର ୧୦ମ ଦିନକୁ ଚିହ୍ନିତ କରିଛି ।
ୟୁସିସିଆଇଏଲ୍ର ଅଧ୍ୟକ୍ଷ ଶ୍ରୀ ବ୍ରହ୍ମା ମିଶ୍ରଙ୍କ ସ୍ୱତନ୍ତ୍ର ଅଧ୍ୟକ୍ଷତା ଅଧିନରେ ଏହି କାର୍ଯ୍ୟକ୍ରମ ଏକ ଉନ୍ନତ ଗୋଲ୍ଟେବୁଲ ଆଲୋଚନାର ଆୟୋଜନ କରିଥିଲା ଯେଉଁଥିରେ ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ । ଶ୍ରୀ ମିଶ୍ର ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍ଗୁଡିକୁ ସହଯୋଗ କରିବା, ବଜାର ପହଂଚ ଓ ନିବେଶକଙ୍କ ଯୋଗଦାନକୁ ସୁଗମ କରୁଥିବା ଏକ ପରିବେଶ ବିକଶିତ କରିବା କ୍ଷେତ୍ରରେ ଓଡିଶାର ଶିଳ୍ପଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମହତ୍ୱ ଦେଇଥିଲେ ।
ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରି ଏସାର ମିନ୍ମେଟ୍ର ଏମ୍ଡି ଓ ସିଇଓ ଶ୍ରୀ ଶଶି ଶେଖର ମହାନ୍ତି ଷ୍ଟାର୍ଟଅପ୍ଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ଆଲୋକିତ କରିଥିଲେ ଏବଂ ସେମାନଙ୍କର କ୍ଷମତାକୁ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ରେଖାଙ୍କିତ କରିଥିଲେ । ସେ କହିଥିଲେ, ‘ଷ୍ଟାର୍ଟଅପ୍ଗୁଡିକ ସଠିକ୍ ନୀତିଗତ ହସ୍ତକ୍ଷେପ ଓ ସହଯୋଗୀ ପଦକ୍ଷେପ ସହିତ ରାଜ୍ୟର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ।’
ସେହିପରି ଏଆଇସି-ନାଳନ୍ଦାର ସିଇଓ ଶ୍ରୀଯୁକ୍ତ ଦୂର୍ଗାପ୍ରସାଦ ମାର୍ଗଦର୍ଶନ, ବଜାର ପଂହଚ ଓ ପ୍ରାରମ୍ଭିକ ପର୍ଯ୍ୟାୟ ଫଣ୍ଡିଂ ଆଦି ଶିଳ୍ପ ପ୍ରଦାନ କରିପାରୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଉପରେ ବ୍ୟାଖ୍ୟା କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ, ଶ୍ରୀଯୁକ୍ତ ରାଜେନ ପାଢି, ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ର ପ୍ରମୁଖ ଷ୍ଟାର୍ଟଅପ୍ଗୁଡିକର ବିକାଶ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ପଦକ୍ଷେପଗୁଡିକ ଉପରେ ତଥ୍ୟ ପ୍ରଦାନ କରିଥିଲେ ।
ଏହି ଅଧିବେଶନ ଶିଳ୍ପ ପେସାଦାର, ୟୁସିସିଆଇଏଲ୍ ସଦସ୍ୟ ଏବଂ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି, ଚଳଚିତ୍ର ଓ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସକ୍ରିୟ ଅଂଶଗ୍ରହଣର ସାକ୍ଷୀ ହୋଇଥିଲା । ମାନସିକ ଆଲୋଡନ ସୃଷ୍ଟିକାରୀ ସାମୂହିକ ଅଧିବେଶନରେ ପ୍ରମୁଖ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଓଡିଶାରେ ଷ୍ଟାର୍ଟଅପ୍ଗୁଡିକର ବିକାଶ ପାଇଁ ଏକ ଅଧିକ ସହଯୋଗୀ ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରାଯାଇଥିଲା ।