Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୦୧ ଅପ୍ରେଲ,୨୦୨୦ : ପବିତ୍ର “ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତିା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଅବଦାନ ରଖିଥିବା ବରପୁତ୍ରମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତିା ବିକାଶ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ
ସୃଷ୍ଟି କରିଛିା ସେହିପରି ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା ଆଗୁଆ ରହିଛିା କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ସମସ୍ତେ ନିଶ୍ଚୟ ବିଜୟୀ ହେବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡ୍‍-୧୯ ସଂକ୍ରମଣ ସମୟରେ ନିଷ୍ଠାପର ସହଯୋଗ କରୁଥିବାରୁ ମିଶନ ଶକ୍ତି ଅନ୍ତର୍ଭୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତିା
 ପ୍ରାୟ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଛନ୍ତି ଓ ସେମାନେ ଦୈନିକ ୫୦,୦୦୦ ମାସ୍କ ପ୍ରସ୍ତୁତ କରୁଛନ୍ତିା
 ପ୍ରାୟ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତିା


 ପ୍ରତି ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ପ୍ରସ୍ତୁତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛିା
 ଲକ୍‍ ଡାଉନ୍‍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନଗୁଡ଼ିକର ଚଳାଚଳକୁ କଟକଣା ମୁକ୍ତ କରାଯାଇଛିା ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ରାଜ୍ୟର ଗୋଦାମ ମାଲିକ, ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ ଓ ପରିବହନ ସଂସ୍ଥା ମାଲିକମାନଙ୍କ ସହିତ ସଂପର୍କ ରକ୍ଷା କରାଯାଇ ସାମଗ୍ରୀ ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖାଯାଇଛିା ଦୋକାନବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା-ଅଟା, ତେଲ, ଡାଲି, ଆଳୁ ତଥା ପିଆଜ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛିା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୩,୧୩୩ ଜଣ ଅତିଥି ଶ୍ରମିକଙ୍କୁ ୩୩୬ଟି ଶିବିର ଜରିଆରେ ଖାଇବା ଓ ରହଣି ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୬୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୪୫୬୩ ଗ୍ରାମ ପଞ୍ଚାୟତରେ ୨,୪୩,୩୩୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୪ଟି ପୌରାଞ୍ଚଳରେ ୧୮୪୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛିା ଏଠାରେ ସମୁଦାୟ ୨୯,୧୪୧ ଜଣ ଲୋକ ଉଭୟ ଦିନ ଓ ରାତିରେ ଖାଇବା ସୁବିଧା ପାଇଛନ୍ତିା
 ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛିା
 ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ଏଥିରେ ୧,୪୯,୦୬୫ଟି ଶଯ୍ୟାର ବନ୍ଦୋବସ୍ତ ରହିଛିା
 କୋଭିଡ୍‍-୧୯ର ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ସମସ୍ତ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ଦରମାର ୭୦ ପ୍ରତିଶତ ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ
ଦରମାର ୫୦ ପ୍ରତିଶତ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୧ ମାର୍ଚ୍ଚରୁ ଅପ୍ରେଲ୍‍ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୯ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୯୭ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୯ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ଓ ୧୩ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 କୋଭିଡ୍‍-୧୯ ସଂପର୍କିତ କୌଣସି ଗୁଜବକୁ ପ୍ରଶ୍ରୟ ଦିଆଯିବ ନାହିାଁ ଗୁଜବ ରଟନାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବା ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୬୧୦ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ପ୍ରଥମ ୨ଟି ପଜିଟିଭ୍‍ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତିା ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛିା
 ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛିା
 ଏହି ୪ର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୧୮ ମାର୍ଚ୍ଚ ୨୦୨୦ରେ ଦୁବାଇରୁ କୋଲକାତା (ଫ୍ଲାଇଟ୍‍ ନଂ- ଊଔ୫୭୦) ବିମାନ ଯୋଗେ ଆସିଥିଲୋ କୋଲକାତା ବିମାନ ବନ୍ଦରରୁ ଟ୍ୟାକ୍ସିରେ ଏକୁଟିଆ ହାଓଡା ଷ୍ଟେସନ୍‍ ଯାତ୍ରା କରିଥିଲେ ଏବଂ ୧୮ ତାରିଖ ରାତିରେ ହାଓଡା ଷ୍ଟେସନ୍‍ରୁ ଭଦ୍ରକ ଷ୍ଟେସନ୍‍ (ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‍, କୋଚ୍‍ ନଂ- ଗ-୧୧)ରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ଅଟୋରିକ୍ସାରେ ଘରକୁ ଯାଇଥିଲୋ ନିଜ ଘରେ ସଙ୍ଗରୋଧ ହୋଇ ରହିଥିବା ସମୟରେ ମାର୍ଚ୍ଚ ୩୦ରେ ତାଙ୍କର ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲାା ମାର୍ଚ୍ଚ ୩୧ରେ ନମୁନା ପରୀକ୍ଷାରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲାା
 ଆଜି ୮୮ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା
 ଆଜି ପର୍ଯ୍ୟନ୍ତ ମୋଟ ୧୫,୦୪୫ ଜଣ ଅନ୍‍ଲାଇନ୍‍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତିା ସେମାନଙ୍କ ମଧ୍ୟରୁ ୪,୩୩୨ ଜଣ ବିଦେଶରୁ ଓ ୧୦,୭୧୩ ଜଣ ବାହାର ରାଜ୍ୟରୁ ଆସିଛନ୍ତିା

Leave A Reply

Your email address will not be published.