Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କୋଭିଡ୍‍-୧୯ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମୃତୁ୍ୟ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତିା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସମନ୍ୱୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ଉଭୟ ସରକାରୀ ଓ ଘରୋଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଲାଗୁହେବା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୁଦ୍ଧରେ ଚାଲିଥିବା ଏହି ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଆଗଧାଡ଼ିରେ ଅଛନ୍ତି ଏବଂ ସେମାନଙ୍କୁ ବହୁ ସଂଖ୍ୟକ ଲୋକ ସେବା ଯୋଗାଇଦେବାରେ ସହଯୋଗ କରୁଛନ୍ତିା ଆମର ସମୃଦ୍ଧ ପରମ୍ପରା ହେଉଛି ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରୁଥିବା ଏହିପରି ସାହସୀ ବ୍ୟକ୍ତିମାନଙ୍କ ପ୍ରତି କୃତଜ୍ଞତା ସ୍ୱୀକାର ଓ ସେମାନଙ୍କୁ ସମ୍ମାନ ପ୍ରଦାନା ଏହି ମନୋବୃତ୍ତି ନେଇ କୋଭିଡ୍‍ ଯୋଦ୍ଧାମାନଙ୍କୁ ସେମାନଙ୍କ ସାହସିକ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରିବାକୁ ଆମେ ପ୍ରତିବଦ୍ଧା
 କୋଭିଡ୍‍-୧୯ ଚିକିତ୍ସା କରୁଥିବା ସମୟରେ ମୃତୁ୍ୟ ହେଲେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବା ଜାତୀୟ ଦିବସରେ ସେମାନଙ୍କୁ ଶହୀଦ ଭଳି ସମ୍ମାନ ପ୍ରଦାନ କରାଯିବା ସେମାନଙ୍କ ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ବିଭିନ୍ନ ପୁରସ୍କାର ଓ ସମ୍ମାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଏକ ବିଶଦ ଯୋଜନା ପ୍ରସ୍ତୁତ ହେବା
 କାର୍ଯ୍ୟ କ୍ଷେତ୍ରରେ ମୃତୁ୍ୟ ହେଲେ ସଂପୃକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପରିବାରକୁ ଅବସର ପର୍ଯ୍ୟନ୍ତ ପୂର୍ଣ୍ଣ ବେତନ ମିଳିବା
 ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ୍‍ (ଏନ୍‍ଏସ୍‍ଏ) ଲାଗୁ କରାଯାଇପାରୋ ଏହାକୁ ରାଷ୍ଟ୍ରବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯିବା
 ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୦ଟି ସ୍ୱତନ୍ତ୍ର କୋଭିଡ୍‍-୧୯ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛିା ଏହିସବୁ ହସ୍‍ପିଟାଲ୍‍ରେ ୩୦୯ ଜଣ ଡାକ୍ତର ଓ ୭୬୮ ଜଣ ନର୍ସ ଏବଂ ୩୩୮ ଜଣ ସ୍ୱାସ୍ଥ୍ୟ କର୍ମଚାରୀ (ପାରାମେଡିକ୍ସ୍‍) ୩ଟି ସିଫଫରେ କାର୍ଯ୍ୟ କରୁଛନ୍ତିା ଏହା ସହିତ ୫୨୬ ଜଣ ବ୍ୟକ୍ତି ଗ୍ରୁପ୍‍-“ଡ଼ି’ ସହାୟକ ଭାବେ ନିୟୋଜିତ ହୋଇଛନ୍ତିା
 ଆଜି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୩ଟି ତ୍ୱରିତ କି୍ରୟାନୁଷ୍ଠାନ ଦଳକୁ (ର୍ୟାପିଡ୍‍ ରେସ୍‍ପନ୍ସ ଟିମ୍‍) ସଂକ୍ରମଣ ପ୍ରତିରୋଧ ପଦକ୍ଷେପଗୁଡ଼ିକର ତଦାରଖ ପାଇଁ ପଠାଯାଇଛିା ନିର୍ଦ୍ଦେଶକ, ସ୍ୱାସ୍ଥ୍ୟସେବାଙ୍କ ନେତୃତ୍ୱରେ ବାଲେଶ୍ୱର, ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟଙ୍କ ନେତୃତ୍ୱରେ ଭଦ୍ରକ ଏବଂ ନିର୍ଦ୍ଦେଶକ, ପରିବାର କଲ୍ୟାଣଙ୍କ ନେତୃତ୍ୱରେ ଏହି ଟିମ୍‍ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତିା
 ଆଜି ଜାତୀୟ ସିଭିଲ୍‍ ସେବା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା କୋଭିଡ୍‍-୧୯ ମହାମାରୀ ବିରୋଧରେ ଆମର ଅଧିକାରୀମାନେ ସମର୍ପିତ ଭାବରେ କାର୍ଯ୍ୟ କରୁଛନ୍ତିା ଏପରି ସଙ୍କଟ ସମୟରେ ସେମାନଙ୍କ ତ୍ୟାଗ ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିା
 ରାଜ୍ୟ ସରକାର ୯୧୦୦ କୋଟି ଟଙ୍କା ବିନିଯୋଗରେ “ଓଡ଼ିଶାରେ ପୁଞ୍ଜିନିବେଶ’ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତିା ଏହା ଦ୍ୱାରା ୬୫୨୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଇସ୍ପାତ୍‍, ସିମେଣ୍ଟ, ରସାୟନ, ଧାତବ ଏବଂ ଧାତବ ସହାୟକ ଶିଳ୍ପ, ବୟନ ଓ ପୋଷାକ ଶିଳ୍ପ, ଭିତ୍ତିଭୂମି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏହି ପୁଞ୍ଜି ବିନିଯୋଗ ହେବା
 କୋଭିଡ୍‍-୧୯ ସମୟରେ ଫଳ, ପନିପରିବା, ଫୁଲ, ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକି୍ରବଟା ପାଇଁ  ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛିା ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ଜିଲ୍ଲାରେ ବିକି୍ରଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଏହି େଓ୍ୱବ୍‍ସାଇଟ୍‍ରେ ଦର୍ଶାଇବେ, ଯାହାକି ସଂପୃକ୍ତ ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଏବଂ ସେମାନେ ବିଭାଗୀୟ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗପୂର୍ବକ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ରଖି ବିକି୍ରବଟା କରିପାରିବୋ ଏହି େଓ୍ୱବ୍‍ସାଇଟ୍‍ରେ ବର୍ତ୍ତମାନ ୧୫୦୦ରୁ ଊର୍ଦ୍ଧ୍ୱର୍ ବ୍ୟବସାୟୀଙ୍କ ତାଲିକା ଉପଲବ୍ଧ ହେଉଛିା
 କୋଭିଡ୍‍-୧୯ ମହାମାରୀ ହେତୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛିା ଏହି ପରିସ୍ଥିିତିରେ ରାଜ୍ୟର ୭୨, ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ୍‍-ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୧୬,୧୩,୭୭୫ ଶିଶୁଙ୍କୁ (୩ ରୁ ୬ ବର୍ଷ) ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କ ମାନସିକ ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ,ୟୁନିସେଫ୍‍ର ସହାୟତାରେ ବିଭିନ୍ନ କୌତୁକପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ବଳିତ “ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତିା ପିତାମାତା, ଜେଜେବାପା ଓ ଜେଜେମା’ଙ୍କ ସହାୟତାରେ ଏହା କାର୍ଯ୍ୟକାରୀ କରାଯିବା ଏହା ଦ୍ୱାରା ଘରେ ଥାଇ ମଧ୍ୟ ପିଲାମାନଙ୍କର ପ୍ରାକ୍‍-ଶିକ୍ଷା ଏବଂ ସ୍କୁଲ୍‍ ଯିବା ପାଇଁ ପ୍ରସ୍ତତି ସହଜସାଧ୍ୟ ହେବା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୨,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୦୪୨ ଗ୍ରାମ ପଞ୍ଚାୟତରେ ୩,୨୯,୮୮୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୪୨,୧୧୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୦ରୁ ଅପ୍ରେଲ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୩ଟି ମାମଲା ଦାୟର
କରାଯାଇଛିା ସେଥିରୁ ୪୧ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‍ କ୍ୱରାଣ୍ଟାଇନ୍‍ ଉଲ୍ଲଂଘନ ଏବଂ ୧ଟି ଗୁଜବ ସୃଷ୍ଟି ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୬୧ ଜଣଙ୍କୁ ଗିରଫ କରାଯାଇଛି ।
 ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୮୧ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୧,୭୪୮ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୯ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୨୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛିା
 ୧୪୭ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

IEC 2 years
Leave A Reply