ବର୍ତମାନ ବ୍ରେନ ଷ୍ଟ୍ରୋକ ଭଳି ସ୍ପାଇନାଲ ଷ୍ଟ୍ରୋକ ଦ୍ରୁତ ବେଗରେ ବୃଦ୍ଧି ପାଉଛି l ଯେଭଳି ମସ୍ତିଷ୍କ କୁ ବ୍ଲଡ଼ ସପ୍ଲାଏ କମ ହେବl ଦ୍ୱାରା ଷ୍ଟ୍ରୋକ ହୋଇଥାଏ ସେହିଭଳି ହାଡର ବ୍ଲଡ଼ ସପ୍ଲାଏ ପ୍ରଭାବିତ ହେବା ଦ୍ୱାରା ସ୍ପାଇନାଲ ଷ୍ଟ୍ରୋକ ହୋଇଥାଏ l ଏହାଛଡା ମେରୁଦଣ୍ଡ ରେ ବ୍ଲଡ଼ ସପ୍ଲାଏ ବାଧା ସୃଷ୍ଟି ହେଲେ ସ୍ପାଇନାଲ ଷ୍ଟ୍ରୋକ ମଧ୍ୟ ହୋଇଥାଏ l ସ୍ପାଇନାଲ ଷ୍ଟ୍ରୋକ ଖୁବ ଭୟଙ୍କର ଅଟେ, ଏହାଦ୍ୱାରା ଆପଣ ପରଲିସିସ ରେ ଆକ୍ରାନ୍ତ ହୋଇ ପାରନ୍ତି l
ଆସନ୍ତୁ ଜାଣିବା ସ୍ପାଇନାଲ ଷ୍ଟ୍ରୋକ କଣ ?-:
ଆପଣ ଜାଣି ରଖନ୍ତୁ ଯେ ମେରୁଦଣ୍ଡ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ମେରୁଦଣ୍ଡର ହାଡ଼ ଗୁଡିକୁ ଉଚିତ ମାତ୍ରାର ବ୍ଲଡ଼ ସପ୍ଲାଏ ର ଆବଶ୍ୟକତା ରହିଛି l ବିଶେଷ ଭାବରେ ଆମ ମେରୁଦଣ୍ଡ ଶରୀରର ବାକି ଅଙ୍ଗଙ୍କୁ ନର୍ଭ ସପ୍ଲାଏ ଅର୍ଥାତ କାର୍ଯ୍ୟ କରିବା ପାଇଁ ସଂକେତ ପଠାଇ ଥାଏ l ମେରୁଦଣ୍ଡ ଦ୍ୱାରା ପଠାଯାଇ ଥିବା ସଂକେତ ଦ୍ୱାରା ଶରୀର ର ଅନେକ କାର୍ଯ୍ୟ ହୋଇଥାଏ l ଯେପରିକି ହାତ ଗୋଡ଼ ହଲିବା ଏବଂ ଅନ୍ୟ କାର୍ଯ୍ୟ ମଧ୍ୟ ହୋଇଥାଏ l ଯେତେବେଳେ ମେରୁଦଣ୍ଡ କୁ ଠିକ ଭାବରେ ବ୍ଲଡ଼ ସପ୍ଲାଏ ହୋଇପାରେ ନାହିଁ , ଏହାଦ୍ୱାରା ଆମ ଅଙ୍ଗ ଗୁଡିକୁ ଅକ୍ସିଜେନ ସପ୍ଲାଏ ମଧ୍ୟ ଡିଷ୍ଟର୍ବ ହୋଇଥାଏ l ଏହାକୁ ସ୍ପାଇନାଲ ଷ୍ଟ୍ରୋକ ସହିତ ସ୍ପାଇନ କାର୍ଡ ଇନଫେକ୍ସନ ମଧ୍ୟ କୁହାଯାଏ l
ସ୍ପାଇନାଲ ଷ୍ଟ୍ରୋକ ର ଲକ୍ଷଣ -:
– ସ୍ପାଇନାଲ ଷ୍ଟ୍ରୋକ ହେବା ପୂର୍ବରୁ ବ୍ୟକ୍ତିର ମାଂସପେଶୀ ଗୁଡିକ କଠିନ ହୋଇ ଯାଇଥାଏ l ଚଲାବୁଲା କରିବାରେ ଅସୁବିଧା ଦେଖିବାକୁ ମିଳିଥାଏ l
– ହାତ ଗୋଡ଼ ବଧୀରା ହୋଇଯାଏ କିଛିବି ଅନୁଭବ କରିହୁଏ ନାହିଁ l ପରିସ୍ରା ଓ ମଳ ତ୍ୟାଗ ଉପରେ ବ୍ୟକ୍ତିର ନିୟନ୍ତ୍ରଣ ରୁହେ ନାହିଁ l
– ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ହୋଇଥାଏ ସ୍ପାଇନାଲ ଷ୍ଟ୍ରୋକ ର ଗୋଟିଏ ସଂକେତ ଅଟେ l
– କିଛି ମାମଲାରେ ପାରାଲିସିସ ହୋଇ ଯାଇଥାଏ ଓ ଜୀବନ ଯିବାର ମଧ୍ୟ ସମ୍ଭାବନା ଦେଖା ଯାଇଥାଏ l
ସ୍ପାଇନାଲ ଷ୍ଟ୍ରୋକ ର କାରଣ -:
– ବ୍ୟସ୍ତବହୁଳ ଜୀବନ ରେ ଯୋଗାସନ ଓ ବ୍ୟାୟାମ ର ଅଭାବ କାରଣରୁ ଏହା ଘଟୁଛି , ତେଣୁ ନିଜକୁ ନିଜେ ଆକ୍ଟିଭ ରଖନ୍ତୁ l
– ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ କାମ କରିବା ମଧ୍ୟ ଗୋଟିଏ କାରଣ l
– ଆମ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ବିଭିନ୍ନ ତ୍ରୁଟି, ଯେପରିକି ବିଳମ୍ବିତ ରାତିରେ ଡେରିରେ ଶୋଇବା ଓ ସକାଳୁ ଡେରିରେ ଉଠିବା l
– ନିଜ ଖାଦ୍ୟରେ ପ୍ରାକୃତିକ ପରିବର୍ତେ ଫ୍ରଜନ ଫୁଡ ଅଧିକ ଗ୍ରହଣ କରିବା ଦ୍ୱାରା ଏହି ସମସ୍ୟା ଦେଖା ଯାଉଛି l
– ବସିବା ଶୈଳୀ ରେ ଅସୁବିଧା ଉପୁଜୁଛି , ଯାହାକି ଗୋଟିଏ ମୁଖ୍ୟ କାରଣ ଅଟେ l