ଗବେଷକ ଙ୍କ ମତ : ଭାରତୀୟ ଗରମ ମସଲା ବିଭିନ୍ନ ପୋଷାକ ତତ୍ୱରେ ଭରପୁର ଅଟେ , ଯାହାକି ଅନେକ ରୋଗ ଠାରୁ ଦୂରେଇ ରଖିବା ସହ ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ
ଭାରତୀୟ ବ୍ୟଞ୍ଜନ ନିଜର ସ୍ୱାଦ ଓ ସୁଗନ୍ଧ ପାଇଁ ସାରା ବିଶ୍ୱରେ ଜଣାଶୁଣା l ବିଶେଷ ଭାବରେ ଏହି ଖାଦ୍ୟ କୁ ଅଧିକ ସୁସ୍ୱାଦୁ କରିଥାଏ ଭାରତୀୟ ମସଲା l ଭାରତୀୟ ବ୍ୟଞ୍ଜନ ରେ ବିଶେଷ ଭାବରେ ରୋଷେଇ ସମୟରେ ଅନ୍ୟାନ୍ୟ ମସଲା ସହିତ ଗରମ ମସଲା ର ବ୍ୟବହାର ହୋଇଥାଏ l ଯାହାକି ଖାଦ୍ୟ ର ସୁଗନ୍ଧ କୁ ବଢାଇବା ସହ ସୁସ୍ୱାଦୁ କରିଥାଏ l
ଗରମ ମସଲା ର ଉପଯୋଗ ଯେଉଁ ଆପଣ କରୁଛନ୍ତି ଏହା ଅନେକ ସ୍ୱାସ୍ଥ୍ୟ କର ଗୁଣରେ ଭରପୁର ଆପଣ ହୁଏତ ଜାଣି ନଥିବେ l ଗରମ ମସଲା ରେ ରହିଥିବା ଆଣ୍ଟି ଆକ୍ସିଡାଣ୍ଟ , ମିନେରାଲସ ଓ ଭିଟାମିନ ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ l ଆଜି ଆସନ୍ତୁ ଜାଣିବା ଗରମ ମସଲା ରେ ରହିଥିବା ତତ୍ୱ ଶରୀର ପାଇଁ କିଭଳି ହିତକର l
* ଗରମ ମସଲା ପାଚନ ରେ ସୁଧାର ଆଣିଥାଏ l ଗରମ ମସଲା ରେ ଫାଇବର ରହିଥାଏ , ଯାହାକି ଖାଦ୍ୟ ହଜମ ପ୍ରକ୍ରିୟା କୁ ଠିକ ଭାବରେ କରିଥାଏ l ତେଣୁ ଭାରତୀୟ ଖାଦ୍ୟ ରେ ଗରମ ମସଲା ର ପ୍ରୟୋଗ ଶରୀର କୁ ସୁସ୍ଥ ରଖିଥାଏ l
* ଗରମ ମସଲା ରେ ରହିଥିବା ତତ୍ଵ ଶରୀର କୁ ଶକ୍ତି ଯୋଗାଇ ଥାଏ l ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଦିନ ସାରା ଶରୀର ରେ ଶକ୍ତି ସଂଚାର କରିଥାଏ l
* ଗରମ୍ ମସଲା ରେ ରହିଥିବା ଆଣ୍ଟି ଅକ୍ସିଡାଣ୍ଟ, ମିନେରାଲ୍ସ ଓ ପ୍ରଭାବି ଭିଟାମିନ୍ସ ଶରୀର କୁ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇ ଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l
* ଗରମ ମସଲା ଅନେକ ଗୁଡିଏ ମସଲା ର ସମିଶ୍ରଣ ଅଟେ l ଯାହାକି ଆମକୁ ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ରୋଗ ସହିତ ଲଢ଼ିବା ସହିତ ଥଣ୍ଡା କାଶ ଇତ୍ୟାଦି ଠାରୁ ଦୂରେଇ ରଖିଥାଏ l ଆୟୁର୍ବେଦ ଅନୁସାରେ ଅତ୍ୟଧିକ ଥଣ୍ଡା ହୋଇଥିଲେ ଗୋଟିଏ ଚାମଚ ଗରମ ମସଲା ରେ ଗୋଟିଏ ଚାମଚ ମହୁ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା କାଶ ଓ କଫ ସମସ୍ୟା ରୁ ଆରାମ ଦେଇଥାଏ l
* ଗରମ ମସଲା ଓଜନ ହ୍ରାସ କରିବା ପାଇଁ ମଧ୍ୟ ପ୍ରଭାବଶାଳୀ ଅଟେ l ଗବେଷକ ଙ୍କ ମତ ଅନୁସାରେ ଗରମ୍ ପାଣି ସହିତ ଗରମ ମସଲା ସେବନ କରିବା ଦ୍ୱାରା ଶରୀର ର ଅତିରିକ୍ତ ଜମା ହୋଇଥିବା ଫ୍ୟାଟ ହ୍ରାସ ହୋଇଥାଏ l