ନୂଆଦିଲ୍ଲୀ :ପ୍ରେମ କେବଳ ମଣିଷ ମାନଙ୍କ ଭିତରେ ଦେଖା ଦେଇ ନଥାଏ ,ଯିବା ଜନ୍ତୁ ମାନଙ୍କ ମଧ୍ୟରେ ଏହା ମଧ୍ୟ ଦେଖା ଦେଇଥାଏ l ଏହାର ଗୋଟିଏ ଜୀବନ୍ତ ଉଦାହରଣ ହେଲା ଗୋଟିଏ ମାଈ ଗଧିଆ ,ଯିଏ ନିଜର ପ୍ରେମିକକୁ ଖୋଜିଖୋଜି ୧୪ ହଜାର କିଲୋମିଟର ପାଦରେ ଚାଲିଚାଲି ଖଜିଥିଲା l ବୈଜ୍ଞାନିକ ମାନେ ଏହି ଗଧିଆର ନାମ OR54 ରଖିଥିଲେ ,ତା ବେକରେ ଗୋଟିଏ ଟ୍ରାନ୍ସମିଟର କଲର ଏହି ନାମରେ ଲାଗ ଯାଇଥିଲା l ବୈଜ୍ଞାନିକ ମାନେ ଏହି ଟ୍ରାନ୍ସମିଟର କଲର ସାହାଯ୍ୟରେ ଗଧିଆଟିକୁ ଟ୍ରାକିଙ୍ଗ କରିବାରେ ସକ୍ଷମ ହୋଇଥିଲେ l
ଏହି ଗଧିଆଟି ତା ସାଥୀକୁ ଖୋଜିବା ଉଦେଶ୍ୟରେ ନିଜର ଦଳ ଛାଡି ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟର ସୀମାପlର କରିଥିଲା l ଅକ୍ଟୋବର ୨୦୧୭ ରେ ଜିପିଏସ କଲର ସାହାଯ୍ୟରେ ଜଣାପଡିଥିଲା ଯେ ଦିନକୁ ତା ସାଥୀକୁ ଖୋଜି ୨୧ କିଲୋମିଟର ଚାଲୁଥିଲା l ଏହି ମାଈ ଗଧିଆଟି ନିର୍ଜନ ରାସ୍ତା ସହିତ ବଣଜଙ୍ଗଲରେ ମଧ୍ୟ ବୁଲୁଥିଲା ,କେତେବେଳେ ନିଜର ଆହାର ପାଇଁ ଅନ୍ୟ ଜୀବଜନ୍ତୁ ମାନଙ୍କୁ ଶିକାର କରୁଥିଲା l ମିଳିଥିବା ସୂଚନା ଅନୁସାରେ ଏହି ମାଈ ଗଧିଆଟି ଜାନୁଆରୀ ୨୦୧୮ ପରେ ୯ଟି ଦେଶରେ ନିଜର ସାଥୀକୁ ଖୋଜିଥିଲା ଓ ଦୁଇଥର କାର୍ଲିଫର୍ଣ୍ଣିଆ ଫେରିଥିଲା l
ବାୟୋଲୋଜିଷ୍ଟ ମାନେ ମତ ଦେଇଛନ୍ତି ଯେ ଏହି ଯୁବତୀ ଗଧିଆଟି ନିଜର ଦଳ ଛାଡିବା ଗୋଟିଏ ସାଧାରଣ କଥା l ଯେତେବେଳେ ଗଧିଆ ମାନେ ଦେଢ଼ ରୁ ଦୁଇ ବର୍ଷର ହୋଇଯାନ୍ତି ସେତେବେଳେ ନିଜର ସାଥି ଖୋଜିବା ପାଇଁ ବାହାରି ପଡନ୍ତି ଓ ନିଜର ଏରିଆ ନିଜେ ତିଆରି କରନ୍ତି l OR54 ଭଳି ତାର ପିତା OR7 ନିଜର ସାଥି ଖୋଜିଥିଲେ ଓ ନିଜ ଏରିଆ ନିଜେ ବାଛିଥିଲେ କିନ୍ତୁ OR54ର କାହାଣୀ ସମ୍ପୂର୍ଣ ଅଲଗା l କାର୍ଲିଫର୍ଣ୍ଣିଆର ଫିସ ଏଣ୍ଡ ୱଇଲିଡି ଲାଇଫ ଡିପlଟମେଣ୍ଟ ଏହି ମାଈ ଗଧିଆଟିର ମୃତ୍ୟୁ ଖବର ପାଇଥିଲା ,ଏହା ପରେ ଏହାର କାରଣ ଖୋଜିବା ଆରମ୍ଭ କରିଥିଲା l ସେଥିପାଇଁ ସେ ଏହାର ସୂଚନା ଦେବା ବ୍ୟକ୍ତିକୁ ୧ ଲକ୍ଷ ୮୦ ହଜାର ଟଙ୍କା ପୁରସ୍କାର ଦେବା ବୋଲି ଘୋଷଣା କରିଥିଲା l ବାୟୋଲୋଜିଷ୍ଟ ମାନେ ଜିପିଏସ ଟ୍ରାକିଙ୍ଗ ସାହାଯ୍ୟରେ ଗଧିଆଟି କାର୍ଲିଫର୍ଣ୍ଣିଆରେ ମୃତ୍ୟୁ ବାରଣ କରିଥିବା ଜାଣିବାକୁ ପାଇଥିଲେ l
