ସୁଭେନ୍ଦ୍ର ପଟ୍ଟନାୟକ : ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି ,ଯାହାର ଆଜି ପର୍ଯ୍ୟନ୍ତ କୌଣସି ଜବାବ ବିଶ୍ୱ ବାସୀଙ୍କୁ ମିଳିନାହିଁ ବୈଜ୍ଞାନିକ ମାନେ ମଧ୍ୟ ଏହାର ଅନୁସନ୍ଧାନ ଚଳାଇଛନ୍ତି l କିଛି ଏହି ପ୍ରକାର ରହସ୍ୟକୁ ନେଇ କାଜାକିସ୍ଥାନ ଗୋଟିଏ ଗାଁ ଅଛି l ଯେଉଁ ଗାଁରେ ଯଦି କେହି ସୋଇଯାନ୍ତି ତେବେ ମାସ ମାସ ଧରି ଉଠନ୍ତି ନାହିଁ l କାଜାକିସ୍ଥାନର ଉତର ଭାଗରେ କଲାଚି ଗାଁ ଏହିପରି ଗୋଟିଏ ରହସ୍ୟମୟୀ ଗାଁ l ଯେବେବି ଏହି ଗାଁର କୌଣସି ବ୍ୟକ୍ତି ଠାରେ ସୋଇଯାନ୍ତି ଅନେକ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ l ତେଣୁ ବାହାର ଜାଗର ଲୋକମାନେ ଏହି ଗାଁଟିକୁ କୁମ୍ଭକର୍ଣ୍ଣାଙ୍କ ବଂଶଧରଙ୍କ ଗାଁ ବୋଲି କହିଥାନ୍ତି l
କଲାଚି ଗାଁର ଲୋକମାନେ ଏହିପରି ସୋଉଥିବାର ପ୍ରଥମ ସୂଚନା ୨୦୧୦ରେ ଶୁଣିବାକୁ ମିଳିଥିଲା ,କିଛି ଛୋଟପିଲା ସ୍କୁଲରେ ପଢ଼ୁଥିବା ସମୟରେ ଅଚାନକ ତଳେ ପଡି ସୋଇ ଯାଇଥିଲେ l ତାପରେ ଧୀରେଧୀରେ ବଡ ଲୋକମାନେ ମଧ୍ୟ ଖାଉଥିବା ବେଳେ ,ଚାଲୁଥିବା ବେଳେ ଶୋଇବାକୁ ଲାଗିଲେ l ସେହି ସମୟ ଠାରୁ ବୈଜ୍ଞାନିକ ମାନେ ଏହି ଗାଁକୁ ନେଇ ରିସର୍ଚ ଆରମ୍ଭ କଲେ l ଏହି ଗାଁର ଲୋକସଂଖ୍ୟା ପାଖାପାଖି ୬ ସହ ,ଏଠାରେ ପାଖାପାଖି ୧୪ ପ୍ରତିଶତ ଲୋକ ମାନଙ୍କ ପାଖରେ ଏହି ପ୍ରକାର ସୋଉଥିବାର ଦେଖିବାକୁ ମିଳିଥାଏ l ବୈଜ୍ଞାନିକ ଓ ଡାକ୍ତର ମାନଙ୍କ ଗବେଷଣା ପରେ ଜଣl ପଡିଛି ଯେ ପ୍ରଦୂଷିତ ଜଳ ଯୋଗୁ ଏହି ପରି ହେଉଛି l କିନ୍ତୁ ଅଧିକାଂଶ ବୈଜ୍ଞାନିକ ଏହାକୁ ସଠିକ ବୋଲି ଭାବୁନାହାଁନ୍ତି l
କାଜାକିସ୍ଥାନର ଏହି ଗାଁଟି ଗୋଟିଏ ଯୁରୋନିୟାମ କାରଖାନା ପାଖରେ ଅବସ୍ଥିତ ଯାହାକି ଏବେ ବନ୍ଦ ହୋଇ ସାରିଲାଣି l କିଛି ବୈଜ୍ଞାନିକ ଗବେଷଣାରେ ଜଣ ପଡିଛି ଯେ ବୋଧହୁଏ ଏହି ଖଣିରୁ ବିଷାକ୍ତ ରେଡ଼ିଏସନ ବାହାରୁ ଥିବା ହେତୁ ଏହିପରି ହେଉଛି l ସେମିତିରେ ଦେଖିବାକୁ ଗଲେ ଏହି ଗାଁରେ ସେମିତି କୌଣସି ରେଡ଼ିଏସନର ମାତ୍ରl ଦେଖିବାକୁ ମିଳୁନାହିଁ l କିଛି ଡାକ୍ତରୀ ଦଳ ଗବେଷଣା କରିବାକୁ ଯାଇଥିବା ବେଳେ କହିଛନ୍ତି ଯେ ଏହି ଗାଁର ଲୋକମନେ ଏହିପରି ଶୋଇବାର କାରଣ ରେଡ଼ିଏସନ ହୋଇନପାରେ l ରହସ୍ୟମୟ ଭାବରେ ସୋଉଥିବା କାରଣରୁ ଏହି ଗାଁକୁ sleepy hollow ବୋଲି କୁହା ଯାଇଥାଏ l