Odisha news

ଗୁରୁପୂର୍ଣ୍ଣିମା ପାଇଁ ବର୍ଷାଋତୁ କାହିଁକି ଶ୍ରେଷ୍ଠ

0

ସୁଭେନ୍ଦ୍ର ପଟ୍ଟନାଏକ : ହିନ୍ଦୁ ଧର୍ମରେ ଗୁରୁଙ୍କୁ ଇଶ୍ଵରଙ୍କର ମାନ୍ୟତା ଦିଆଯାଇଛି l କାରଣ ଗୁରୁହିଁ ଜଣେ ଶ୍ରେଷ୍ଠବ୍ୟକ୍ତି ଯିଏ ତାଙ୍କର ଶିଷ୍ୟଙ୍କୁ ଏହି ଭବସାଗରକୁ ପରି କରିବାରେ ସାହାଯ୍ୟ କରିଥାନ୍ତି l ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ଜ୍ଞାନ ଦେଖା ଯାଇଥିବା ମାର୍ଗରେ ଶିଷ୍ୟମାନେ ସତ ପଥରେ ପରିଚାଳିତ ହୁଅନ୍ତି l ପ୍ରତେକ ବର୍ଷ ଆଷାଢ଼ ମାସର ଶେଷଦିନକୁ ଗୁରୁପୂର୍ଣ୍ଣିମା ଭାବରେ ହିନ୍ଦୁମାନେ ମାନିଥାନ୍ତି l ଗୁରୁପୂର୍ଣିମାରେ ଗୁରୁଙ୍କୁ ଶିଷ୍ୟମାନେ ଶ୍ରଦ୍ଧାର ସହିତ ପୂଜା କରିଥାନ୍ତି l ଭାରତ ବର୍ଷରେ ପ୍ରାଚୀନ କାଳରୁ ଗୁରୁ ଓ ଶିଶ୍ୟାଙ୍କର ସମ୍ପର୍କ ରହିଛି l

ଆଗକାଳରେ ଗୁରୁମାନେ ଶିଷ୍ୟମାନଙ୍କୁ ନିଶୁଲ୍କ ଶିକ୍ଷା ଦାନ କରୁଥିଲେ ,ତେଣୁ ଶିଷ୍ୟମାନେ ପୂର୍ଣ୍ଣ ସର୍ଦ୍ଧାର ସହିତ ଗୁରୁପୂର୍ଣ୍ଣିମା ଦିନ ଗୁରୁଙ୍କର ପୂଜା କରୁଥିଲେ l ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ମହାଭାରତର ରଚୟତା ବ୍ୟାସଦେବଙ୍କର ଜନ୍ମଦିନ ଅଟେ ସଂକୃତରେ ମହାଭାରତକୁ ବ୍ୟାସଦେବ ରଚନା କରିଥିଲେ l ଏହା ସହିତ ୧୮ ଟି ପୁରାଣ ଓ ଚାରିଟି ବେଦର ରଚନା ମଧ୍ୟ କରିଛନ୍ତି l ଚାରିଟି ବେଦକୁ ଅଲଗାଅଲଗା ବିଭାଜିତ କରିଥିବା ରୁ ତାଙ୍କ ନାମ ବେଦବ୍ୟାସ  ମଧ୍ୟ କୁହାଯାଏ l ଆମ ହିନ୍ଦୁ ଧର୍ମରେ ବେଦବ୍ୟାସ ଙ୍କୁ ଆଦିଗୁରୁ ଭାବରେ ଗ୍ରହଣ କରାଯାଇ ଗୁରୁପୂର୍ଣ୍ଣିମାକୁ ବ୍ୟାସପୂର୍ଣମୀ ବୋଲି କୁହାଯାଇଛି l

ଭାରତ ବର୍ଷରେ ସବୁଋତୁ ମାନଙ୍କର ନିଜସ୍ୱ ମହତ୍ୱ ରହିଛି l ଗୁରୁପୂର୍ଣ୍ଣିମା କୁ କାହିଁକି ବର୍ଷା ଋତୁରେ ପାଳନ କରାଯାଏ ତାହାର ଗୋଟିଏ କାରଣ ଅଛି l ଚାରି ମାସର ଗରମ ପରେ ବର୍ଷାଋତୁ ଆରମ୍ଭ ହୁଏ l ଏହି ସମୟ ଅଧୟନ ଓ ଅଧ୍ୟାପନ ପାଇଁ ସମ୍ପୂର୍ଣ ଅନୁକୂଳ l ସେଥିପାଇଁ ଗୁରୁଙ୍କ ଚରଣରେ ଶିଷ୍ୟମାନେ ଜ୍ଞାନ ,ଶାନ୍ତି ,ଭକ୍ତି ପ୍ରାପ୍ତ କରିବା ପାଇଁ ଏହି ସମୟ ଟିକୁ ବାଛିଥାନ୍ତି l ଆଗକାଳରେ ଶିଷ୍ୟମାନେ ଗୁରୁଙ୍କର ଆଶୀର୍ବାଦ ନେଇ ନିଜର ସାଧନା ପଥରେ ଆଗେଇ ଯାନ୍ତି l ଏହି ବର୍ଷ ଗୁରୁପୂର୍ଣ୍ଣିମା ଜୁଲାଇ ୫ ତାରିଖ ରବିବାର ପଡୁଛି l ଅଜିମଧ୍ୟ ଚନ୍ଦ୍ର ଗ୍ରହଣ ଲାଗୁଛି କିନ୍ତୁ ଏହା ଭାରତରେ ଦୃଶ୍ୟ ହେବନାହିଁ  କି ପ୍ରଭାବ ରହିବ ନାହିଁ l

Leave A Reply

Your email address will not be published.