Odisha news

ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କ ଖଲ୍ଲିକୋଟ ବ୍ଲକ ପରିଦର୍ଶନ,୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ହେବ

0

ଖଲ୍ଲିକୋଟ–୧୩/୦୫–ରାଜ୍ୟ ସରକାରଙ୍କ ଦ୍ବାରା ପ୍ରେରିତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଆଇ ଏ ଏସ ଅଫିସର ଆଶିଷ ପାଟିଲ ଆଜି ଖଲ୍ଲିକୋଟ ବ୍ଲକ କୁ ଆସି ବିଭିନ୍ନ କୁଆରେଣ୍ଟାଇନ ସେଣ୍ଟର ବୁଲି ଦେଖି ଥିଲେ ।ଗଣ୍ଡାପଲ୍ଲୀ ସ୍ଥିତ ଆଦର୍ଶ ବିଦ୍ୟାଳୟ, ଗୁହାରିଆପାଟ ସେବାଶ୍ରମ ଅ ଚିକିଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ।ଚିକିଲି ସଙ୍ଗରୋଧ କେନ୍ଦ୍ର ର ସ୍ୱଚ୍ଛ ପରିବେଶ ଓ କେନ୍ଦ୍ର ର ପରିଚାଳନା ବ୍ୟବସ୍ଥା କୁ ନେଇ ସନ୍ତୋଷ ପ୍ରକାଶ କରିଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ଅର୍ଦ୍ଧ ନିର୍ମିତ ହଷ୍ଟେଲକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଆଶିଷ ପାଟିଲ ଙ୍କ ସହ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ରେ ଯାଇଥିଲେ ।ଶ୍ରୀ ପାଟିଲ ଯିବା ପରେ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଡ଼ିଓ ଙ୍କ ଅଧ୍ୟକ୍ଷତାରେ ଏକ କୋଭିଡ-୧୯ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଡ଼ିଓ ନବକୃଷ୍ଣ ଜେନା ଆମକୁ ସୂଚନା ଦେଇଛନ୍ତି ।ଏଥିସହ ଆର. ସି. ଏମ.କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯିବା ନେଇ ଖଲ୍ଲିକୋଟ ଏନ ଏ ସି ତରଫରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Leave A Reply