Odisha news

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଇସିଏଆଇର ୨ୟ ଦିବସକୁ ଉଦ୍ଘାଟନ କଲେ

0

ଭୁବନେଶ୍ୱର : ୧୩/୫ : ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଂଟାଂଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ) ସର୍ବଭାରତୀୟ କମିଟି ଓ ଏହାର ଭୁବନେଶ୍ୱର ଚାପ୍ଟରର ମିଳିତ ସହଯୋଗରେ “କଷ୍ଟ୍ ମେନେଜମେଂଟ ଅଫ୍ ପବ୍ଳିକ ଆଣ୍ଡ ଗଭର୍ଣ୍ଣମେଂଟ ସର୍ଭିସେସ” ବିଷୟବସ୍ତୁ ଉପରେ ଆଇଏମଏମଟି ପ୍ରେକ୍ଷାଳୟରେ ଆୟୋଜିତ ସମ୍ମିଳନୀର ୨ୟ ଦିବସକୁ ଓଡ଼ିଶା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିଛନ୍ତି ।

“କଷ୍ଟ୍ ଏକ୍ସିଲେନ୍ସି – ଏ ସଷ୍ଟେନେବୁଲ ବିଜିନେସ୍ ଷ୍ଟ୍ରାଟେଜି” ଏହି ୨ୟ ଦିବସର ମୂଖ୍ୟ ବିଷୟବସ୍ତୁ । ଉକ୍ତ ସମ୍ମିଳନୀରେ ସିଏମଏ ନିରଞ୍ଜନ ମିଶ୍ର , ସିଏମଏ ବିଭୁତି ଭୁଷଣ ନାୟକ, ସିଏମଏ ଏଚ୍ ପଦ୍ମନାଭନ ( ଆଇସିଏଆଇ ପରିଷଦ ସଭ୍ୟ ), ସିଏମଏ ପି.ଆର ଆୟାର (ଆଇସିଏଆଇ ସଭାପତି), ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସିଏମଏ ହିମୋଜ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । “ ଲେଟସ୍ ନୋ ଆୱାର ଲାଇଫ୍” ବିଷୟବସ୍ତୁ ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଫାଇନାନ୍ସ ଅଫିସର ମାନଙ୍କ ଦ୍ୱାରା ଏକ ବୈଠକ ମଧ୍ୟ ଅନୁଷ୍ଟିତ ହୋଇଥିଲା । ମୂଲ୍ୟ ନିର୍ଦ୍ଧାରଣ ଓ ଏହାର ନିୟନ୍ତ୍ରଣ ଉପରେ ପର୍ଯ୍ୟବେସିତ ୩ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଖଣି, କୋଇଲା, ତେଲ, ଗ୍ୟାସ, ଲୁହା, ଆଲୁମିନିୟମ, ବିଦ୍ୟୁତ ଉପରେ ମୁଲ୍ୟ ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ସମ୍ପର୍କିତ ସବିଷେସ ଆଲୋଚନା କରାଯାଇଥିଲା ।

 

IEC 2 years
Leave A Reply