ସୋର, ୧୪/୬ – ସୋର ଆଖପାଖ ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ମହିଳା ପାରିବାରିକ କଳହରୁ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୋର ଥାନା ଅଧୀନ କେଶରୀପୁର ପଞ୍ଚାୟତ ଅଧୀନ କୁଶ ଗଢ଼ିଆ ଗ୍ରାମର କରୁଣାକର ମଲ୍ଲିକଙ୍କ ପତ୍ନୀ ସବୀତା ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଈଶ୍ୱରପୁର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘେଷାଣା କରିବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି ।
ସେହିପରି ସୋର ଥାନା ଅଧୀନ ସବିରା ପଞ୍ଚାୟତ ତପିସା ଗ୍ରାମର ଉମାକାନ୍ତ ସାହୁଙ୍କ ପତ୍ନୀ ସସ୍ମିତା ଘରୋଇ କଳହରୁ ମାନସିକ ଭାରସାମ୍ୟ ହରାଇ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୋର ପୁଲିସ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସୋର ତହସିଲର ଅତିରିକ୍ତ ତହସିଲଦାର ଲିପ୍ସା ରାୟଙ୍କ ଉପସ୍ଥିତିରେ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ଏହି ଘଟଣାରେ ଉଭୟଙ୍କ ବାପ ଘର ପରିବାର ପକ୍ଷରୁ ଝିଅକୁ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।