Odisha news

ଜଳନିଷ୍କାସନ ବାଧାରୁ ତିନୋଟି ଗ୍ରାମ ଜଳବନ୍ଦୀ

0

ସୋର : ବର୍ଷା ଛାଡ଼ିଗଲାପରେ ଏବେ ଲୋକଙ୍କର ସମସ୍ୟା ବଢିଯାଇଛି । ଯାହା‘ଳରେକି କାଂଶବାଂଶ ନଦୀ ପାଶ୍ୱର୍ସ୍ଥ ତିନିଗୋଟି ଗ୍ରାମର ଶହଶହ ହେକ୍ଟର ଚାଷଜମି ତିନିଦିନ ଧରି ଜଳପ୍ଲାବିତ ହୋଇରହିଥିଲାବେଳେ ମୁଖ୍ୟ ଯାତାୟତ ରାସ୍ତା ପ୍ରାୟ ୨ କି.ମି. ଅଦ୍ୟାବଧି ଜଳ ରେ ବୁଡ଼ି ରହିଛି । ଏହି ବନ୍ୟାଜଳ ତିନିଦିନ ଧରି ବୁଡ଼ିରହିବା ପାଇଁ ସମ୍ପୃକ୍ତ ଅଂଚଳର ଚାଷୀ ଜଳସେଚନ ବିଭାକୁ ଦାୟୀ କରିଛନ୍ତି । ଜଳସେଚନ ବିଭାଗ ପକ୍ଷରୁ ଖେରଣା ଜୋରରେ  ଏକ ବନ୍ଧ ନିର୍ମାଣ କରାଯାଇଛି ।

ମାତ୍ର ଏହି ବନ୍ଧ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ରଖାଯାଇନଥିବାରୁ ଜଳ ନିଷ୍କାସନ ନହୋଇ ପାରୁଥିବାରୁ ଚାଷ ଜମିକୁ  ବନ୍ୟାପାଣି  ଆଚ୍ଛାଦିତ କରି ରଖିଛି । ଯାହାଦ୍ୱାରାକି ପାଳପୁର, ବଳରାମପୁର ଓ ତେନ୍ତୁଳିଆ ଗ୍ରାମର ଚାଷଜମି ପାଣିରେ ବୁଡ଼ି ରହିଛି । ଏପରିକି ଏହି ନଦୀକୂଳ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ମ୍ମ ବନ୍ୟାପାଣି ଦ୍ୱାରା ବୁଡ଼ି ରହିଥିବାରୁ ଯାତାୟତରେ ଘୋର ବାଧା ଉପୁଜୁଥିବାରୁ ଉପରୋକ୍ତ ତିନିଗୋଟି ଗ୍ରାମର ଗ୍ରାମବାସୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । ଜଳନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପାଖର ପଂଚାୟତ ସରପଂଚ ତ୍ରିଲୋଚନ ପାଣିଗ୍ରାହୀ ଦାବି କରିଛନ୍ତି ।

 

 

Leave A Reply