Odisha news

ବାଳଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣ ନେଇ ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶ

0

ସୋର : ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ର୍ନିମାଣ ର୍ନିଦ୍ଧାରିତ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ଗ୍ରାମବାସୀଙ୍କ ଆବେଦନର ଶୁଣାଣୀ କରି ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସ୍ଥଗିତାଦେଶ ଜାରି କରାଯାଇଛି ।

୨୦୧୬ ମସିହାରେ ଏହି ନୂତନ ପଞ୍ଚାୟତ ଗଠିତ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣ ନେଇ ୨୦୧୮ ମସିହାରେ ସିଲେକ୍ସନ କମିଟି ସୁପାରିଶରେ ସ୍ଥାନ ଚିହ୍ନଟ ହୋଇଥିଲା । ପ୍ରକାଶ ଥାଉକି ଏହି ସ୍ଥାନରେ ସ୍ୱାଧୀନତା ଦିବସ ପଞ୍ଚାୟତ ପକ୍ଷରୁ ପାଳନ କରାଯାଉଥିଲା ।

ଏଠାରେ କାର୍ଯ୍ୟାଳୟ ର୍ନିମାଣ  କରାନଯାଇ ଅନ୍ୟ ଏକ ସ୍ଥାନରେ ର୍ନିମାଣ କାର୍ଯ୍ୟର  ଆରମ୍ଭ ହେଉଥିବା ବିରୁଦ୍ଧରେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପି(ସି)୧୯୧୮୬/୨୦ର ଆବେଦନର ଶୁଣାଣୀ କରି ର୍ନିମାଣ କାର୍ଯ୍ୟ ସ୍ଥଗିତ ରଖିବା ସହ ଦୁଇ ମାସ ମଧ୍ୟରେ ଜିଲାପାଳ  ଏନେଇ ତଦନ୍ତ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ କରିଛନ୍ତି । ପିଟିସନକାରୀଙ୍କ ପକ୍ଷରୁ ବରିଷ୍ତଠ ଆଇନ୍ଜୀବୀ ସମୀର କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।

Leave A Reply