ସୋର : ଆଜି ସୋର ବ୍ଲକ ଅଧୀନ ଗୁହାଳଡିହି ଗ୍ରାମସ୍ଥ ଗୋପେଶ୍ୱର ଯୁବକ ସଂଘ ପକ୍ଷରୁ ଗୁହାଳଡିହି ପ୍ରାଥମିକ ବିଦ୍ୟାଳୟର ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରୁ ୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଯାଇଛି । ମହାମାରୀ କରୋନା କଟକଣା ପାଇଁ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଶିବିର ଆୟୋଜିତ ହୋଇଥିଲା । ଅବସରପ୍ରାପ୍ତ ଅତିରିକ୍ତ ପୁଲିସ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ଜେନା, ସ୍ଥାନୀୟ ପ୍ରାକ୍ତନ ସମିତି ସଭ୍ୟ ଜୟନ୍ତ କୁମାର ସ୍ୱାଇଁ ଓ ଭଦ୍ରକ ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ଅଧିକାରିଣୀ ଡ. ବିମଳା ମିଶ୍ର ମିଳିତ ଭାବେ ଆୟୋଜିତ ଏହି ଶିବିରକୁ ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
ଭଦ୍ରକ ରେଡ୍କ୍ରସ୍ ବ୍ଲଡ ବ୍ୟାଙ୍କର ରୂପକ କୁମାର ସେନାପତି, ସାଧୁସୁନ୍ଦର ବେହେରା ଓ ପ୍ରକାଶ କୁମାର ବେହେରା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ସଂଘ ସଭାପତି ରାଜେନ୍ଦ୍ର କୁମାର ପୃଷ୍ଟି, ପବିତ୍ର ମଣ୍ଡଳ, ଦୀପକ କୁମାର ଲେଙ୍କା, ମହେଶ୍ୱର ଲେଙ୍କା, ପରେଶ କୁମାର ଲେଙ୍କା, ଦିବାକର ସାହୁ, ମହେନ୍ଦ୍ର କୁମାର ସାହୁ, ଜନ୍ମେଜୟ ସାହୁ, ଗୈାତମ କୁମାର ଜେନା, ସମ୍ବିତ କୁମାର ପାତ୍ର, ବନ୍ଦିତା ବାରିକ, ଗୀତାଞ୍ଜଳୀ ପାତ୍ର, ବବିସ୍ମିତା ଲେଙ୍କା, ବିଜୟଲକ୍ଷ୍ମୀ ପୃଷ୍ଟି, ସୁଶାନ୍ତ କୁମାର ପୃଷ୍ଟି, ସୁବାସ କୁମାର ନାୟକ, ସୋର ପ୍ରେସ୍ କ୍ଲବ କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା, ସନତ କୁମାର ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ପର୍ଶୁରାମ ସାହୁ, ଲକ୍ଷ୍ୟ କମ୍ପିଟେଟିଭ୍ ଅନୁଷ୍ଠାନର ମୁଖ୍ୟ କବୀନ୍ଦ୍ର ପଣ୍ଡା, ଚନ୍ଦନେଶ୍ୱର ସ୍ୱେଚ୍ଛାସେବୀ ଅନୁଷ୍ଠାନର ପଥର ଶିଳ୍ପୀ ନରେନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ନାୟକ ଓ ମହେନ୍ଦ୍ର କୁମାର ସାହୁଙ୍କ ସହ ଗୈାରୀ ଶଂକର ଘଡାଇ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ ।
