Odisha news

ସୋର-କୁପାରି ରାସ୍ତାରେ ମାର୍ବଲ ବୋଝେଇ ଲରି ଦବି ଅବରୋଧ

0

ସୋର : ରାଜ୍ୟ ରାଜପଥ ସୋର-କୁପାରୀ ରାସ୍ତା କଲେଜ ଛକ ନିକଟ  ପୁରୁଣା କ୍ରସର ଛକ ନିକଟରେ ଏକ ମାର୍ବଲ ବୋଝେଇ ଲରି ଦବିଯିବାରୁ ପ୍ରାୟ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା । ଉଭୟ ପାଶ୍ୱର୍ର ଶହ ଶହ ଯାନ ଦିର୍ଘ ସମୟ ଧରି ଅଟକି ରହିବା ‘ଳରେ ଯାତାୟତ ଠପ୍ ହୋଇଯାଇଥିଲା ।

ଆଜି ସକାଳେ ଆର୍ଜେ ୩୭ଜିବି୧୧୬୩ ନମ୍ବରର ଲରି ଏକ ଗୋଦାମରେ ମାର୍ବଲ ଖାଲି କରିବାକୁ ଯାଇ ପାଖ ମାଟି ରାସ୍ତାରେ ଦବିଯାଇଥିଲା । ‘ଳରେ ସମ୍ପୂର୍ଣ୍ଣଭାବେ ସୋର-କୁପାରୀ ରାଜ୍ୟ ରାଜପଥ ଏହି ସ୍ଥାନରେ ଅବରୋଧ ହୋଇ ଯାଇଥିଲା । ଏ ସମ୍ପର୍କରେ ସୋର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଲରିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ୱଭାବିକ୍ ହୋଇଥିଲା ।

 

Leave A Reply