Odisha news

କରୋନା ସଂକ୍ରମଣକୁ ନେଇ ଦୁଇଟି ବ୍ୟାଙ୍କ ବନ୍ଦ

0

ସୋର : ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ  ସୋର ସହର ସହ ଗ୍ରାମାଞ୍ଚଳରେ  ଏହି କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧିପାଉଛି । ଏହି କରୋନାରେ  ସୋରରେ ଦୁଇଗୋଟି ପ୍ରମୁଖ ବ୍ୟାଙ୍କ ର କର୍ମଚାରୀ ଆକ୍ରାନ୍ତ ହୋଇଥିବାରୁ ବ୍ୟାଙ୍କକୁ ଏକପ୍ରକାର ବନ୍ଦ କରିଦିଆଯାଇଛି । ଏହି ଦୁଇଟି ବ୍ୟାଙ୍କ ମ୍ମରୁ ଗୋଟିଏ ଘରୋଇ ବ୍ୟାଙ୍କ ହୋଇଥିôଲାବେଳେ ଅନ୍ୟଟି ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଅଟେ । ସୋର ବଜାର ମଧ୍ୟରେ ଥିବା ୟୁକୋ ବ୍ୟାଙ୍କର ୫ ଜଣ ଜର୍ମଚାରୀ ଏକ କାଳୀନ କରୋନା ଆକ୍ରାନ୍ତ ହୋଇଥିବାରୁ ଆଜି ବ୍ୟାଙ୍କର ସମସ୍ତ ପ୍ରକାର ଦେଣନେଣ କାରବାରକୁ ବ୍ୟାଙ୍କ ତର‘ରୁ ବନ୍ଦ କରିଦିଆଯାଇଛି । ସୋର ସ୍ଥିତ ୟୁକୋବ୍ୟାଙ୍କ ଟି ମୁଖ୍ୟତଃ ସରକାରୀ ଦେଣନେଣ କାରବାର ବ୍ୟାଙ୍କ ହୋଇଥିଲାବେଳେ ଏହାର ଶାଖାପରିଚାଳକଙ୍କ ସମେତ ୫ ଜଣ କର୍ମଚାରୀ ଆକ୍ରାନ୍ତ ହୋଇପଡ଼ିଛନ୍ତି ।

ଆଜି ବ୍ୟାଙ୍କ ମାତ୍ର ଦୁଇଜଣ କନିଷ୍ଠ  କର୍ମଚାରୀଙ୍କ ଦ୍ୱାରା ଖୋଲାଯାଇଥିଲା । କିନ୍ତୁ ବ୍ୟାଙ୍କର କୌଣସି ପ୍ରକାର କାରବାର ହୋଇ ପାରିନଥିଲା ।  ପ୍ରକାଶଥାଉକି ଗତ ଅପ୍ରେଲ ମାସରେ ୨୮ ତାରିଖରେ ମ୍ମ ଜନୈକ କର୍ମଚାରୀ  କରୋନା ସଂକ୍ରମଣକୁ  ନେଇ ବ୍ୟାଙ୍କ ସେବା ବନ୍ଦ କରାଯାଇଥିଲା । ସୋରରେ ଥିବା ଅନ୍ୟତମ ଘରୋଇ ଆକ୍ସିସ ବ୍ୟାଙ୍କ ଶାଖାର  ମ୍ମ କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଉକ୍ତ ଶାଖା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଯାହା‘ଳରେକି ଆକ୍ସିସବ୍ୟାଙ୍କ ଶୋର ଶାଖା ଗତ ଦୁଇଦିନ ଧରି ବନ୍ଦ ରହିଥିବାରୁ ଏହାର ଉପଭୋକ୍ତା ମାନଙ୍କୁ ମ୍ମ ଦେଣନେଣ କାରବାର ପାଇଁ ସାମୁହିକ ଭାବରେ ଅସୁବିଧା ଦେଖାଦେଇଛି । ସର୍ବନିମ୍ନ ୧୪ ଦିନ ଯଦି ସଙ୍ଗରୋଧରେ ବ୍ୟାଙ୍କ କର୍ମଚାରୀ ରୁହନ୍ତି ତାହାଲେ ଚଳିତ ମାସ  ଶେଷ  ଦିନକୁ ହୁଏତ ବ୍ୟାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଆଶା କରାଯାଏ ।

Govt
Leave A Reply