ସୋର : ସୋର ପୌରପରିଷଦ ବଡ଼ଖୁରୀ ଗ୍ରାମରେ ଜଳଧର ପଣ୍ଡାଙ୍କ ବାଡ଼ିରେ ଦୁଇ ବର୍ଷ ଆଠମାସରେ ଏକ ନଡ଼ିଆ ଗଛରେ ନଡ଼ିଆ ଫଳିଥିବା ଦେଖିବାକୁ ମିଳିଛି । ଏହି ଗ୍ରାମର ଜଳଧର ପଣ୍ଡା ଅଶୋକ ନର୍ସରିରୁ ୨୦୧୮ ମସିହା ଜାନୁଆରୀ ମାସରେ ଏକ ଓଡି କେରଳା ନଡ଼ିଆ ·ରା କିଣି ବାଡ଼ିରେ ଲଗାଇଥିଲେ । ଚଳିତ ମାସ ଏହି ଗଛରେ ମାଟିରୁ ମାତ୍ର ୯ ଇଞ୍ଚ ଛାଡ଼ି ନଡ଼ିଆ ମିଳିଥିବା ଦେଖିବାକୁ ମିଳିଛି । ଅଶୋକ ନର୍ସରୀର ପରିଚାଳକ ସୁରେଶ ଚନ୍ଦ୍ର ପଣ୍ଡା ସେଠାରେ ପହଞ୍ଚି ଗଛର ଅଧିକ ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି ।