ସୋର – ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଯୁକ୍ତ ଦୁଇ ବାଣିଜ୍ୟ ପରିକ୍ଷା ‘ଳ ଏଥର ପୂର୍ବର ସମସ୍ତ ରେକର୍ଡ ଟପିଛି । ଏହି ବିଦ୍ୟାଳୟର ୧୦୮ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ଜଣ ୧ମ , ୨୫ ଜଣ ୨ୟ ଓ ୧୭ ଜଣ ୩ୟ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି କଲେଜରୁ ଆଶୁତୋଷ ମହାନ୍ତି ସର୍ବାଧିକ ୫୪୨ନଂ ରଖି ଟପ୍ପର ହୋଇଛନ୍ତି ।
ସେହି ପରି ଖଇରା ତୁଡିଗଢ଼ିଆ ବଧି ଗ୍ରାମର ଶଙ୍କର୍ଷଣ ମଲ୍ଲିକ ଓ ଗୈାରୀମଣିଙ୍କ କନ୍ୟା ସଂଜନା ମଲ୍ଲିକ ୫୧୫ ନଂ ରଖି ୨ୟ ସ୍ଥାନରେ ଥିବା ବେଳେ ହିମାଂଶୁ ଶେଖର ଶଂଖୁଆ ଓ ସନ୍ତୋଷ କୁମାର ରାଉତ ୫୧୧ ନଂ ରଖି ଯୁଗ୍ମ କଲେଜ ଟପ୍ପର ହୋଇଛନ୍ତି ।
ପ୍ରକାଶ ଥାଉକି ପ୍ରଥମ ଥର ପାଇଁ ଭଦ୍ରକ ଜିଲା ସିମୁଳିିଆ ବାଲିଖଣ୍ଡ ଗ୍ରାମର ଖଗେନ୍ଦ୍ର ମହାନ୍ତି ଓ ସରୋଜିନୀଙ୍କ ପୁଅ ଆଶୁତୋଷ ଏହି ମହାବିଦ୍ୟାଳୟରୁ ବାଣିଜ୍ୟରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ନଂ ରଖି ଟପ୍ପର ହେବାର ସୈାଭାଗ୍ୟ ଅର୍ଜନ କରିଛନ୍ତି । ସେ ଦିୀନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଭବିଷ୍ୟତରେ ଜଣେ ଚାଟାର୍ଡ ଏକାଉଣ୍ଟାଣ୍ଟ ହେବାର ଲକ୍ଷ୍ୟ ରଖିଛନ୍ତି । ସେ ତାଙ୍କ ସ‘ଳତାର ଶ୍ରେୟ ଈଶ୍ୱରଙ୍କ କୃପା, ବାପା ମାଆଙ୍କ ଆର୍ଶିବାଦ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ସାମାଲଙ୍କ ସହ ସମସ୍ତ ବିଭାଗୀୟ ଅଧ୍ୟାପକ/ଅଧ୍ୟାପପିକାଙ୍କୁ ଦେଇଛନ୍ତି ।
