Odisha news

ଦଶମାସ ହେଲା ମିଳୁ ନାହିଁ ଆର୍ଟିଆଇ ତଥ୍ୟ : ଧାରଣା ଦେବେ ଘନଶ୍ୟାମ

0

ସୋର : ସୋର ବ୍ଲକ ଗୋପୀନାଥପୁର ଗ୍ରାମର ଘନଶ୍ୟାମ ନାୟକ (୬୪) ସୋର ରେଜିଷ୍ଟି୍ର ଅଫିସର ଏକ ବିବାହର ପଞ୍ଜିକରଣ ତଥ୍ୟ ଆର୍ଟିଆଇ ଜରିଆରେ ମାଗିଥିବା ବେଳେ ଦଶମାସ ବିତି ଯାଇଥିଲେ ବି ଏହି କାର୍ଯ୍ୟାଳୟରୁ ତାଙ୍କୁ ତଥ୍ୟ ପ୍ରଦାନ କରାଯାଉ ନାହିଁ । ସେ ଗତ ୧୪/୧୧/୨୦୧୯ରିଖରେ ୨୦୧୩ ମସିହାରୁ ୨୦୧୬ ମସିହା ମଧ୍ୟରେ ସମ୍ପନ୍ନ ହୋଇଥିବା ସରକାରୀ ପଞ୍ଜିକୃତ ବିବାହର ତଥ୍ୟ ପାଇଁ ଆର୍ଟିଆଇ ନିୟମ ଅନୁଯାୟୀ ଆବେଦନ କରିଥିଲେ । ଏ ସମ୍ପର୍କରେ କୌଣସି ତଥ୍ୟ ନପାଇବାରୁ ପୁନଶ୍ଚ ୧୬/୧୧/୨୦୧୯ ରିଖରେ ସୀମାରାଣୀ ଭୋଳ ଓ ହୃଷୀକେଶ ପାତ୍ର ବିବାହ ପଞ୍ଚିକରରଣ ସଂପର୍କରେ ତଥ୍ୟ ପାଇଁ ଆବେଦନ କରିଥିଲେ । ମାତ୍ର ଏହି ତଥ୍ୟ ନପାଇବାରୁ ପୁନଶ୍ଚ ୭/୧୧/୨୦୧୯ ରିଖରେ ଆବେଦନ କରିଥିଲେ ।

ଦୀର୍ଘ ୮ମାସ ବିତିଯାଥିଲେ ସୁଦ୍ଧା କୌଣସି ସୁଫଳ ନପାଇବାରୁ ବାଲେଶ୍ୱର ଏଡିଏମ୍ଙ୍କ ନିକଟରେ ଅଭିଯୋଗ କରିବାପରେ ଏଡିଏମ୍ଙ୍କ ନିଦେ୍ର୍ଦଶ ମତେ ଏହି ବିବାହର ନଥିକୁ ଲିଖିତ ଆକାରରେ ନଦେଇ ଦେଖେଇଥିଲେ । ଏହି ରେଜିଷ୍ଟାରରେ ମଝିରେ ଗୋଟିଏ ପୃଷ୍ଠା ଚିରାଯାଇ ଅନ୍ୟ ଏକ ପୃଷ୍ଠା ଦିଆଯାଇଥିବାରୁ ସନେ୍ଦହ ଅଧିକ ଘନୀଭୂତ ହୋଇଥିଲା । ଏହାର ସଠିକ୍ ତଥ୍ୟ ପ୍ରଦାନ କରାନଗଲେ ଆଗାମୀ ୨/୯/୨୦୨୦ରେ କାର୍ଯ୍ୟାଳୟ ଆଗରେ ଅମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ନାୟକ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ସୂଚନା ଅଧିକାର କମିଶନର, ଭିଜିଲାନ୍ସ ଏବଂ ୫ଟି ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Nalco
Leave A Reply