Odisha news

ଦୁଇ ବାଇକ ମୁଁହାମୁହିଁ, ୩ ଗୁରୁତ୍ତର

0
ସୋର,୧୯/୬: ସୋର ଥାନା ସୋର ଅନନ୍ତପୁର ରାସ୍ତା ପାଖର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକା ହେବା ଫଳରେ ତିନିଜଣ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବିଷ୍ଣୁପୁର ଗ୍ରାମର ରଞ୍ଜନ ବେଜ(୩୦) ଓ ତାଙ୍କ ଭାଇ ସାଗର ବେଜ (୨୮) ଆଜି ମଧ୍ୟାହ୍ନରେ ସୋର ଅଭିମୁଖେ ବାଇକରେ ଆସୁଥିବା ବେଳେ ବିପରୀତ ଦିଗରୁ ବେଲପୁର ଗ୍ରାମର ଶେଖ ଅରିଫ ବାଇକ ଯୋଗେ ଅନନ୍ତପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ପାଖର ଛକ ନିକଟରେ ଉଭୟ ବାଇକ ମଧ୍ୟରେ ମୁହାମୁହିଁ ଧକା ଦେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ।ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନନ୍ତରିତ କରିଛନ୍ତି ।

Leave A Reply