ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନଂ ୱାର୍ଡ ମୁଳେଶ୍ୱର ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ଥିବା ସ୍ୱାବ ଟେଷ୍ଟରୁ ଜଣାପଡିଛି । ଏହି ଗ୍ରାମର ଯୁବକ ଜଣକ ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସାଧୀନ ଥିବା ଭାଇଙ୍କ ନିକଟରେ କିଛି ଦିନ ରହିଥିଲେ ।
ସେଠାରେ ତାଙ୍କର କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେ ତାଙ୍କର ସୋର ସ୍ଥିତ ଘରକୁ ପଳାଇ ଆସିଥିଲେ । ରିପୋର୍ଟରେ ପୋଜିଟିଭ୍ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯିବା ପରେ ତାଙ୍କୁ ବାଲେଶ୍ୱର କୋଡିଭ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଯୁବକଙ୍କ ଘର ଲୋକଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଏହି ଯୁବକ ଜଣକ ମେଡିସିନ୍ ନେଉଥିବା ଦୋକାନକୁ ମଧ୍ୟ ସିଲ୍ କରାଯାଇଛି । ଏବେ ସୋର ମ୍ୟୁନିସିପାଲିଟିରେ ଥିବା ସଙ୍ଗରୋଧ କେନ୍ଦ୍ରରେ ୭ ଜଣ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖାଯାଇଛି ।
