Odisha news

ମାଲବାହୀ ଟ୍ରେନ ଧକାରେ ଜଣେ ଗୁରୁତ୍ତର

0
ସୋର,୧୧/୫ ସୋର ଥାନା ସବିରା ରେଳ ଷ୍ଟେସନ ଅନତି ଦୂରରେ ଏକ ମାଲବାହୀ ଟ୍ରେନ ଧକାରେ ଜଣେ ଗୁରୁତ୍ତର ଆହତ ହୋଇ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ସବିରା ପଂଚାୟତ ରାଧିକା ନଗର ଗ୍ରାମର ମନୋରଞ୍ଜନ ବେହେରା(୫୦) ଆଜି ମଧ୍ୟାହ୍ନରେ କୌଣସି କାମରେ ନିକଟସ୍ଥ ରେଳ ଷ୍ଟେସନକୁ ଯାଇଥିବା ସମୟରେ ଅନ୍ୟ ମନସ୍କ ହୋଇ ରେଳ ଧାରଣା ପାର ହେଉଥିଲେ। କିନ୍ତୁ ଏହି ସମୟରେ ଏକ ମାଲ ଗାଡି ଆସୁଥିବା ସେ ଜାଣି ପାରି ନ ଥିଲେ। ଫଳରେ ଟ୍ରେନର ଡ୍ରାଇଭର ଅମିତ କୁମାର ଆପତ୍ତକାଳୀନ ବ୍ରେକ ମାରିବାରୁ ଟ୍ରେନଟି ତାଙ୍କୁ ଧକା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଟ୍ରେନର ଡ୍ରାଇଭର ଅମିତଙ୍କ ସମେତ ଗାର୍ଡ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଉକ୍ତ ଟ୍ରେନରେ ସୋର ଷ୍ଟେସନକୁ ଆଣିଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କର ଆଵସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।
Ad2
Leave A Reply