ସୋର,୧୦/୫: ସୋର ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ ର ଶ୍ରୀଧର ପତ୍ରୀଙ୍କ ବାସଭବନରେ ଆଜି ମଧ୍ୟାହ୍ନରେ ଚଉରା ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଆଦର୍ଶ ଯୁବ ପରିଷଦର କର୍ମକର୍ତା ମାନେ ଯୋଗ ଦେଇଥିଲେ। ଏହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ସଂଗଠନ ର ୪ ଜଣ ସଦସ୍ୟ ଙ୍କ ସମେତ ପୂଜା ରେ ବସିଥିବା ବ୍ରାହ୍ମଣ ଓ କର୍ତ୍ତା ଶ୍ରୀଧର ପତ୍ରୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସମସ୍ତେ ଚିକିତ୍ସାଧିନ ଥିବା ଜଣାପଡିଛି। ଆହତ ମାନେ ହେଲେ ଶ୍ରୀଧର ପତ୍ରି,ସଞ୍ଜୟ ନାୟକ, ପୃଥିବୀ ବେହେରା , ରଜତ ବେହେରା, ଚନ୍ଦନ ଜେନା, ସୁବାଷ ବେହେରା, ଅଜିତ ବେହେରା ଏବଂ ଯଦୁନାଥ ଧଡ଼ା।
