Odisha news

ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିର ପ୍ରତିବାଦ ସଭା

0
ସୋର,୭/୫: ସୋର ପୌର ପାଳିକା ଅନ୍ତର୍ଗତ ରାଧାନାଥ ସ୍ମୃତି ମଣ୍ଡପ ପରିସରରେ ସୋର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଛି। ସୋର ନଗର ସଭାପତି ସନ୍ତୋଷ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ନଳିନୀକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସୋର ବିଧାୟକ ପର୍ଶୁରାମ ଧଡ଼ା,ରାକେଶ ମଳିକ,ବାହାନଗା ବ୍ଲକର ପୂର୍ବତନ ସଭାପତି ଅଜୟ ପଣ୍ଡା, ବ୍ଲକ ଅଧକ୍ଷ ବିଶ୍ୱନାଥ ମିଶ୍ର,ମୃତ୍ୟୁଞ୍ଜୟ ଜେନା,ରବୀନ୍ଦ୍ର ଜେନା,ଜିଲା ସାଧାରଣ ସମ୍ପାଦକ ଈଶ୍ୱର ବେହେରା, ଦୀପ୍ତିକାନ୍ତ ପଣ୍ଡା,ମଣ୍ଡଳ ସଭାପତି ସିଦ୍ଧାର୍ଥ ବେହେରା, ରଜତ ମହାପାତ୍ର, ସନାତନ ଦାସ,ରବୀନ୍ଦ୍ର ମହାଳିକ, କିଶୋର ଚନ୍ଦ୍ର ବେହେରା, ପ୍ରମୋଦ ନାୟକ,ପୂର୍ବତନ ଜିଲା ପରିଷଦ ସଦସ୍ୟା ନିରୋଦପ୍ରଭା ପଣ୍ଡା, ସବିତା ଅଗସ୍ତି, ଯୋଗେଶ ପତିଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ଓ ୭ ଟି ମଣ୍ଡଳର ସଭାପତି ମାନେ ଉପସ୍ଥିତ ରହି ବିଧାୟକ ପାର୍ଥି ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ।ଆଗାମୀ ଦୁଇଦିନ ମଧ୍ୟରେ ଯଦି ଦଳ ପ୍ରାର୍ଥୀ ପ୍ରତ୍ୟାହାର କରି ସ୍ଥାନୀୟ ଜଣେ ଆଶାୟୀ  ବିଧାୟକ ପାର୍ଥି ଦୌଡ଼ରେ ଥିବା ନେତା ମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ ନ କରେ ତେବେ ଉଭୟ ବିଧାନସଭା ଏବଂ ସଂସଦୀୟ କ୍ଷେତ୍ରରେ ସ୍ୱାଧୀନ ଭାବେ ଲଢ଼ିବେ ଏବଂ ପଦପଦବୀରୁ ଇସ୍ତଫା ଦେବେ ବୋଲି ଆଲୋଚନା କରିଥିଲେ। ଏହି ସମୟରେ ସୋର ଓ ବାହାନଗାରୁ ପ୍ରାୟ ୧ ହଜାରରୁ ଉର୍ଦ୍ବ ଦଳୀୟ କର୍ମୀ ଉପସ୍ଥିତ ରହି ଏହାକୁ ସମର୍ଥନ ଜଣାଇଥିଲେ।
Ad2
Leave A Reply