ସୋର, ୨୨/୭ ସୋର ରେଳ ଷ୍ଟେସନର ଅନତି ଦୂରରେ ଆଜି ପୂର୍ବାହ୍ନରେ ଏକ ମାଲବାହୀ ଟ୍ରେନ ଗାର୍ଡ ବଗିକୁ ଛାଡି ୨କିଲୋମିଟର ଚାଲିଯିବା ପରେ ପୁଣି ଫେରି ଗାର୍ଡ ବଗି ଟିକୁ ଯୋଡି ପୁଣି ଗନ୍ତବ୍ୟ ପଥରେ ଯାଇଥିବା ଜଣାପଡିଛି l ଏହି ମାଲବାହୀ ଟ୍ରେନଟି ଧାମରାରୁ କଲିକତା ଆଡକୁ କୋଇଲା ବୋଝଇ କରି ଡାଉନ ଲାଇନର ୨ ନମ୍ବର ଲାଇନରେ ଯାଉଥିବା ବେଳେ ଟ୍ରେନରୁ ଗାର୍ଡ ବଗି ବାହାରି ଯାଇ ଲାଇନରେ ରହିଯାଇଥିଲା l ତେବେ ମାଲବାହୀ ଟ୍ରେନ ଗାର୍ଡବଗିକୁ ଛାଡି ପଳାଇବା ପରେ ପାଖାପାଖି 25 ମିନିଟ ପରେ ପଛେଇ ପଛେଇ ଆସି ଟ୍ରେନ ବଗିକୁ ସଂଯୋଗ କରି ଗନ୍ତବ୍ୟ ପଥରେ ଯାଇଥିଲା l ସେହିପରି ଗତକାଲି ସନ୍ଧ୍ୟା ସମୟରେ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରୁ ଦଶ ଟି ବଗି ଏହି ପରି ଭାବେ ଟ୍ରେନରୁ ବିଚ୍ୟୁତ ହୋଇଯାଇଥିଲା. ସ୍ୱଳ୍ପ ସମୟ ମଧ୍ୟରେ ଟ୍ରେନର ବଗି ଗୁଡିକୁ ଯୋଡ଼ାଯିବା ପରେ ଟ୍ରେନଟି ଗନ୍ତବ୍ୟ ପଥରେ ଯାଇଥିଲା. ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଟ୍ରେନ ଦୁର୍ଘଟଣା ଘଟିଥିବାରୁ ରେଳ ବିଭାଗକୁ ଶନି ଦଶା ପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି. ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି.
