Odisha news

ସୋରରୁ ମ୍ୟାଟ୍ରିକ୍ ପରିକ୍ଷାରେ ପ୍ରତ୍ୟୁଷ ପରିଡାଙ୍କ ସହ ଚିନ୍ମୟୀ ନାୟକ ଟପ୍ପର : ୧୬ ପରିକ୍ଷାର୍ଥୀ ଏ-ୱାନ୍ରେ ଉତୀର୍ଣ୍ଣ

0

ସୋର-୩୦/୦୭ ସୋରରୁ ଚଳିତ ମ୍ୟାଟ୍ରିକ୍ ପରିକ୍ଷାରେ ଅନନ୍ତପୁରସ୍ଥିତ ୟୁଏନ୍ ହାଇସ୍କୁଲର  ପ୍ରତ୍ୟୁଷ ପରିଡା ଓ ସୋର ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଚିନ୍ମୟୀ ନାୟକ ସର୍ବୋଚ୍ଚ ୫୫୫ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏହି ପରୀକ୍ଷାରେ ସାରଳା କାଂଶବାଂଶ ଉଚ୍ଚ ବିଦ୍ୟାପୀଠର ଜ୍ୟୋତିରଂଜନ ବଳ ୫୫୪, ସୋର ଏସ୍ଏନ୍ ହାଇସ୍କୁଲର ଶ୍ରଦେ୍ଧଞ୍ଜୟ ତ୍ରିପାଠୀ  ୫୫୪ ଓ ୟୁଏନ୍ ହାଇସ୍କୁଲ ଶୈଳେଶ ନାୟକ ୫୫୪ ନମ୍ବର ରଖି ୨ୟ ସ୍ଥାନ ଅଧିକାର କରିଥିବା ବେଳେ ସୋର ଏସ୍ଏନ୍ ହାଇସ୍କୁଲର ଛାତ୍ରୀ ସଂଗୀତା ଲେଙ୍କା ୫୫୦ ନମ୍ବର ରଖି ୩ୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟୁଷ ପରିଡା – ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତାର ଶ୍ରେୟ ବାପା ନିର୍ମଳ ଚନ୍ଦ୍ର ପରିଡା ଓ ମାଆ ଗାୟତ୍ରୀ ପରିଡାଙ୍କ ସହ  ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।

ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରତ୍ୟୁଷ କହିଛନ୍ତି । ଚିନ୍ମୟୀ ନାୟକ- ଦିନକୁ ୧୪ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତାର ଶ୍ରେୟ ବାପା ସୁରେନ୍ଦ୍ର ପ୍ରସାଦ ନାୟକ ଓ ମାଆ ସୁଲତା ଜେନାଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ଆଦର୍ଶ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ଚିନ୍ମୟୀ ।ଜ୍ୟୋତିରଂଜନ ବଳ- ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତାର ଶ୍ରେୟ ବାପା ଶ୍ରୀଧର ବଳ ଓ ମାଆ ଜୟନ୍ତୀଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି । ଶ୍ରଦେ୍ଧଞ୍ଜୟ ତ୍ରିପାଠୀ-ଦିନକୁ ୧୪ଘଣ୍ଟା ପରିଶ୍ରମ କରିଥିବା ବେଳେ ଏହି ସଫଳତାର ଶ୍ରେୟ ବାପା ଜୟକୃଷ୍ଣ ତ୍ରିପାଠୀ ଓ ମାଆ ।

ଶୈଳବାଳାଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।  ଭବିଷ୍ୟତରେ ଜଣେ ଭଲ ପ୍ରଶାସକ ହେବାର ଲକ୍ଷ୍ୟ ରଖିଛନ୍ତି । ସଂଗୀତା ଲେଙ୍କା- ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତାର ଶ୍ରେୟ ବାପା ରଘୁନାଥ ଲେଙ୍କା  ଓ ମାଆ ମିନତୀଙ୍କ  ସହ  ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବା ଲକ୍ଷ୍ୟ ରଖିଛନ୍ତି ।ଏହି ପରୀକ୍ଷାରେ ସୋର ଶିଶୁ ବିଦ୍ୟାମନ୍ଦିରରୁ ୪ ଜଣ, ଏସ୍ଏନ୍ ହାଇସ୍କୁଲର ୬ ଜଣ, ୟୁଏନ୍ ହାଇସ୍କୁଲର ୨ ଓ ବାଗୁଡି ହାଇସ୍କୁଲର ୨ ଓ ସାଣ୍ଟପଡା ହାଇସ୍କୁଲରୁ ୨ ଜଣ ଏ – ୱାନ୍ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଛନ୍ତି ।

Leave A Reply